Odia News Portal

ଶସ୍ତା ହେଲା ସୁନା ଦାମ

ଭାରତୀୟ ମାର୍କେଟରେ ପୁଣି ସୁନା ଶସ୍ତା ହୋଇଛି । ଏମସିଏକ୍ସରେ ସୁନା ବାଏଦା ୦.୧୫ ପ୍ରତିଶତ ହ୍ରାସ ପାଇ ୪୭,୪୫୧ ପ୍ରତି ୧୦ ଗ୍ରାମ ହୋଇଯାଇଛି । ରୂପା ଦାମ୍ ୬୫,୨୬୧ ଟଙ୍କା ପ୍ରତି କିଲୋଗ୍ରାମରେ ରହିଛି । ସୁନା ନିଜ ଗତ ବର୍ଷର ରେକର୍ଡ ହାଇ ୫୬,୨୦୦ ରୁ ପ୍ରାୟ ୮୭୦୦ ଟଙ୍କା ଶସ୍ତାରେ ଚାଲିଛି। ତେବେ ଅନୁମାନ କରାଯାଉଛି ଆଗାମୀ ପର୍ବାଣି ସିଜନ ପୂର୍ବରୁ ଏହାର ଦାମ୍ ଗତ ସର୍ବୋଚ୍ଚ ରେକର୍ଡ ମଧ୍ୟ ପାର କରିପାରେ । ଗ୍ଲୋବାଲ୍ ମାର୍କେଟରେ ସୁନାର ହାଜିରା ଦାମ୍ ୧,୮୨୬.୬୫ ଡଲାର ପ୍ରତି ଆଉନ୍ସ ପାଖାପାଖି ରହିଛି । ତେବେ ରୂପା ୨୪.୬୯ ଡଲାର ପ୍ରତି ଆଉନ୍ସରେ କାରବାର କରୁଛି ।

୨୨ କ୍ୟାରେଟ ଓ ୨୪ କ୍ୟାରେଟ୍ ସୁନା

ଗୁଡ୍ ରିଟର୍ଣ୍ଣସ ୱେବସାଇଟ୍ ଅନୁସାରେ ଆଜି ୨୪ କ୍ୟାରେଟ୍ ସୁନାର ଦାମ୍ ୧ ଗ୍ରାମରେ ୪୭୪୨ ଟଙ୍କା, ୮ ଗ୍ରାମରେ ୩୭,୯୩୬ ଟଙ୍କା, ୧୦ ଗ୍ରାମରେ ୪୭,୪୨୦ ଟଙ୍କା ଏବଂ ୧୦୦ ଗ୍ରାମରେ ୪,୭୪,୨୦୦ ଟଙ୍କା ଚାଲିଛି । ତେବେ ଯଦି ପ୍ରତି ୧୦ ଗ୍ରାମ ଦେଖିବା ତେବେ ୨୨ କ୍ୟାରେଟ୍ ସୁନା ୪୬,୪୨୦ ଟଙ୍କାରେ ବିକ୍ରି ହେଉଛି ।

ରାଜଧାନୀ ଦିଲ୍ଲୀ କଥା ଦେଖିବା ତେବେ ୨୨ କ୍ୟାରେଟ୍ ସୁନାର ଦାମ୍ ୪୬,୬୭୦ ଏବଂ ୨୪ କ୍ୟାରେଟ୍ ସୁନାର ଦାମ୍ ୫୦,୯୨୦ ଟଙ୍କା ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ୪୬,୪୨୦ ଏବଂ ୨୪ କ୍ୟାରେଟ୍ ସୁନା ୪୭,୪୨୦ ଟଙ୍କା ରହିଛି । କୋଲକାତାରେ ୨୨ କ୍ୟାରେଟ୍ ସୁନା ୪୭,୦୨୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୪୯,୭୨୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ଦାମ୍ ୪୪,୯୮୦ ଏବଂ ୨୪ କ୍ୟାରେଟ୍ ୪୯,୦୭୦ ଟଙ୍କା ରହିଛି ।