Odia News Portal

ଆକ୍ସନ ମୁଡ଼ରେ ଗଞ୍ଜାମ ଜିଲ୍ଲାପାଳ, ଟିକା ନ ନେଲେ ଦୋକାନ ବନ୍ଦ

ଗଞ୍ଜାମ: ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ସବୁବେଳେ ନିଆରା ନିଷ୍ପତି ଲାଗି ସେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆଜି ପୁଣି ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ । ଏଣିକି ସମସ୍ତ ଦୋକାନୀ ଟିକା ନେବା ବାଧ୍ୟତା ମୂଳକ କରିଛନ୍ତି । ଟିକା ନଦେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଏପରିକି ଟିକା ସାର୍ଟିଫିକେଟକୁ ଦୋକାନ ସମ୍ମୁଖରେ ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଦୋକାନୀ, ଡ୍ରାଇଭର ଓ ହାଟ ବଜାରରେ ବିକ୍ରି କରୁଥିବା ବେପାରୀଙ୍କୁ ଟିକା ଦୋବ ଉପରେ ଧ୍ୟାନ ଦିଆଯିବ । ତେବେ ବିବାହ, ବ୍ରତଘର ଓ ଅନାନ୍ୟ ଭୋଜି କରାଯାଉଥିବା ସ୍ଥାନରେ ଚଢ଼ାଉ ଜୋରଦାର କରାଯାଉଛି । ଏବଂ ଆଗାମୀଦିନରେ ମଧ୍ୟ ଏହା ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଜିଲ୍ଲାରେ ଯେଭଳି ଶତ ପ୍ରତିଶତ ଟିକା ପ୍ରଦାନ କରାଯିବ ସେ ଉପରେ ଗୁରୁତ୍ୱ ଦେଇଛନ୍ତି ।