Odia News Portal

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ ହକି ଖେଳାଳୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ଭାରତୀୟ ହକି ଖେଳାଳୀ । ଭାରତୀୟ ମହିଳା ହକି ଦଳର ଅଧିନାୟିକା ରୀନା ରାମପଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରି କହିଛନ୍ତି କି, ଓଡ଼ିଶାର ହୃଦୟରେ ହକି ରହିଛି । ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି । ଖାସକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ହକି ପାଇଁ ବିଶ୍ୱସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଟିମର ପ୍ରାୟୋଜକ ହେବାକୁ ଆଗେଇ ଆସିଛନ୍ତି । ଯାହା ଭାରତୀୟ ହକିକୁ ଏକ ନୂଆ ପରିଚୟ ଦେଇଛି । ଆଉ ରାଜ୍ୟ ସରକାର ଏଭଳି କରି ପୂରା ଦେଶରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଡାକି ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଇଛି । ଆଉ ଏଭଳି ନିଷ୍ପତ୍ତି ନେଇ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ । କ୍ରୀଡାର ବିକାଶ ପାଇଁ ନବୀନ ଯେଉଁ ପ୍ରତିବଦ୍ଧତା ଦେଖାଇଛନ୍ତି ତାହା ବେଶ ପ୍ରଂଶସନୀୟ ବୋଲି କହିଛନ୍ତି ରାନୀ ।