Odia News Portal

ପରିବାରକୁ ହସ୍ତାନ୍ତର ହେଲା ହାଇଦରର ମୃତଦେହ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦରର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ପୋଷ୍ଟମଟମ ପରେ ବୋହୂ ଓ ତାଙ୍କ ପତ୍ନୀଙ୍କୁ ଶବ ହସ୍ତାନ୍ତର କରାଯାଇଛି । ତେବେ ହାଇଦର ଦେହରେ ୪ଟି ଗୁଳି ବାଜିଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏଡିଏମଓ ସୁଶାନ୍ତ ନାୟକ । ଜଙ୍ଘରେ ୨ଟି ଓ ଅଣ୍ଟାରେ ୨ଟି ଗୁଳି ବାଜିଥିବା କୁହାଯାଇଛି । ପରିବାରକୁ ଶବ ହସ୍ତାନ୍ତର ହେବା ପରେ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ । ଘରେ କାନ୍ଦ ବୋବାଳି ଫାଟି ପଡୁଛି ।
ସୂଚନା ଥାଉକି, ଗ୍ୟାଙ୍ଗଷ୍ଟାର ହାଇଦରକୁ ଗତକାଲି ଏନକାଉଣ୍ଟର କରାଯାଇଥିଲା । କଟକ ଚୌଦ୍ୱାର ଜେଲରୁ ବାରିପଦା ନିଆଯାଉଥିଲା । ପରିସ୍ରା ବାହାନାରେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା । ସିମୁଳିଆ ନିକଟରୁ ତାକୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।