Odia News Portal

ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାର୍ଚ୍ଚ ୨୮ ଯାଏଁ ସ୍ଥଗିତ

ଜାତୀୟ ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ବିରୋଧରେ ବିରୋଧୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାକୁ ସ୍ଥଗିତ ରଖାଯାଇଛି। ଏହା ଉପରେ ଏବେ ୨୮ ମାର୍ଚ୍ଚରେ ଆଲୋଚନା ହେବ | ଜଣେ ସାଂସଦଙ୍କ ମୃତ୍ୟୁ ଯୋଗୁଁ ସଂସଦ ଅଧିବେଶନକୁ ସ୍ଥଗିତ ରଖାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ଆଉ କିଛି ସମୟ ମିଳିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ଇତି ମଧ୍ୟରେ ଦେଶରେ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି ଯେ ଦେଶରେ ଖୁବ ଶୀଘ୍ର ନିର୍ବାଚନ ହୋଇପାରେ।

ମନ୍ତ୍ରୀ ଫୱାଦ ଚୌଧୁରୀ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ କହିଥିଲେ ଯେ ଖୁବ୍ ଶୀଘ୍ର ଦେଶରେ ସାଧାରଣ ନିର୍ବାଚନ ହୋଇପାରେ। ତାଙ୍କ କହିବାନୁସାରେ ବିରୋଧୀ ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଅନ୍ୟପକ୍ଷରେ ଗୃହର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ କହିଥିଲେ ଯେ ସେମାନେ କୌଣସି ପ୍ରକାର ସ୍ଥିତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଉଲ୍ଲେଖଯୋଗ୍ୟ ଯେ, ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବିରୋଧୀ ମାର୍ଚ୍ଚ ୮ ରେ ନୋଟିସ୍ ଦେଇଥିଲେ। ଜାତୀୟ ସଂସଦରେ ୩୪୨ ଟି ଆସନ ଅଛି | ଆସ୍ଥା ଭୋଟ ଜିତିବା ପାଇଁ ଇମ୍ରାନ ଖାନ ସରକାରକୁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ | ତେବେ ଇମ୍ରାନ ଖାନ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଘୋଡା ବ୍ୟବସାୟ କରିବା ଆରମ୍ଭ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫର ଅନେକ ସାଂସଦ ମଧ୍ୟ ଇମ୍ରାନ ଖାନଙ୍କ ଉପରେ ଖପ୍ପା ଅଛନ୍ତି ଏବଂ ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି। ଏହି ସାଂସଦମାନେ ଖୋଲାଖୋଲି ଭାବେ ବିରୋଧୀଙ୍କ ସ୍ଥିତି ସୁଦୃଢ଼ କରିବା ପାଇଁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି। ଗୁରୁବାର ଦିନ ପାକିସ୍ତାନର ପ୍ରଧାନ ବିଚାରପତି କହିଥିଲେ, ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତା ସମୟରେ ସାଂସଦ ମାନେ ଦେଇଥିବା ଭୋଟ୍ ଗଣତି ନକରିବା ଅବମାନନା ହେବ। ଅନ୍ୟପକ୍ଷରେ ଇମ୍ରାନ ଖାନ ସରକାର ବିପକ୍ଷରେ ଏହି ଅନାସ୍ଥା ପ୍ରସ୍ତାବ ନେଇ ସମଗ୍ର ବିରୋଧୀ ଖୁସି ଅଛନ୍ତି | ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହଟାଇବାରେ ସେମାନେ ସଫଳ ହେବେ ବୋଲି ତାଙ୍କର ସମ୍ପୂର୍ଣ୍ଣ ଆଶା ରହିଛି।