Odia News Portal

ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗଙ୍କ ଆତଙ୍କରାଜ୍

ପୁରୀ: ବ୍ୟାଙ୍କରୁ ଅଢେଇ ଲକ୍ଷ୍ୟ ଟଙ୍କା ଉଠାଇ ଆସୁଥିବାବେଳେ ଝାମ୍ପି ନେଲା ଦୁର୍ବୁତ୍ତ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶୌଚାଳୟ ଛକ, କନକ ଦୁର୍ଗା ଲେନର ମଧୁସୂଦନ ମିଶ୍ର । ଏହି ଘଟଣା କୁ ନେଇ ପୁରୀ କୁମ୍ଭାରପଡା ଥାନାରେ ମଧୁସୂଦନ ଅଭିଯୋଗ କରିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାର କୋର୍ହା ଥାନା ଅଞ୍ଚଳର ବିବେକ ଯାଦବ ।

ବିବେକ ନିକଟରୁ ପୋଲିସ ଗୋଟିଏ ମୋଟରସାଇକେଲ ସହ ନଗଦ ୫୦ହଜାର ଟଙ୍କା ଓ ବାଇଦଙ୍କ ଗୁଣ୍ଡ ଜବତ କରିଛି । ଅଭିଯୁକ୍ତ ବିବେକ ନାଁ’ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୀ ଏସ୍ପି କେ. ବିଶାଳ ସିଂ ଥାନାର ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।