Odia News Portal

IPL 2023: ଓଡ଼ିଆରେ ବି ଦେଖିବାକୁ ମିଳିବ ଫଟାଫଟ କ୍ରିକେଟର ମଜା

ଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୬ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଛି। ଏଥର ଟୁର୍ଣ୍ଣାମେଣ୍ଟର ଡିଜିଟାଲ ପ୍ରସାରଣ (Digital telecast) ଅଧିକାର ହଟଷ୍ଟାର ବଦଳରେ ଜିଓ ସିନେମାକୁ ଯାଇଛି। ଉପଭୋକ୍ତାମାନଙ୍କ ପାଇଁ ଆଇପିଏଲ୍ ଅଭିଜ୍ଞତାକୁ ଆକର୍ଷଣୀୟ କରିବାକୁ, ଜିଓ ସିନେମା ଷ୍ଟ୍ରିମିଂରେ ଅନେକ ନୂତନ ବୈଶିଷ୍ଟ୍ୟକୁ ସାମିଲ କରାଯାଇଛି। ଯାହା ଆଇପିଏଲର ଏହି ସଂସ୍କରଣରେ ଦେଖିବାକୁ ମିଳିବ।

ଏହି ଟୁର୍ଣ୍ଣାମେଣ୍ଟର ୧୨ଟି ବିଭିନ୍ନ ଭାଷାରେ ଉପଲବ୍ଧ ହେବ। ଉପଭୋକ୍ତାମାନେ ୩୬୦ ଡିଗ୍ରୀ କୋଣରୁ ମ୍ୟାଚ୍ ଦେଖିପାରିବେ। କେବଳ ଏତିକି ନୁହେଁ, ସେମାନେ ମ୍ୟାଚ୍ ଦେଖିବା ପାଇଁ ସେମାନଙ୍କର ପସନ୍ଦିତ ଆଙ୍ଗେଲକୁ ମଧ୍ୟ ବାଛି ପାରିବେ, ଯାହା ମାଗଣାରେ ଉପଲବ୍ଧ ହେବ। ଏଥର ଆଇପିଏଲ୍ ପାଇଁ ଇଣ୍ଟରନେଟ ୟୁଜର୍ସ କିପରି ଇଣ୍ଟରନେଟ୍ ଏବଂ ଟିଭିରେ ଦେଖିପାରିବେ। ଉଭୟ ମାଧ୍ୟମ ଉପରେ ସେମାନେ କି ପ୍ରକାର ଲାଭ ପାଇବେ।