Odia News Portal

ଶିଶୁ କନ୍ୟାକୁ ଦୁଷ୍କର୍ମ କରି ନାବାଳକ ଗିରଫ

ଯାଜପୁର: ଖିର ଛାଡ଼ି ନଥିବା ଶିଶୁ ସହ କୁକର୍ମ କରି ୧୫ ବର୍ଷର ନାବାଳକ ଗିରଫ । ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ଘରେ ଶିଶୁଟିର ମା ନଥିବା ବେଳେ ନାବାଳକ ଜଣକ ଘରେ ପଶି ଛୋଟ ଛୁଆ ସହ ଖରାପ କାମ କରୁଥିଲା । ଝିଅଟି କାନ୍ଦିବାକୁ ମା ଦୌଡ଼ି ଆସି ଦେଖିଥିଲେ । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।