Odia News Portal

ଟ୍ୱିଟରରେ ପ୍ରଦର୍ଶିତ ଭାରତ ମାନଚିତ୍ରରେ ନାହିଁ ଜମ୍ମୁ-କାଶ୍ମୀର ଓ ଲଦାଖ

ନୂଆଦିଲ୍ଲୀ: ଟ୍ୱିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛଦିନ ହେବ ଲାଗି ରହିଛି କନ୍ଦଳ । ଏବେ ଟ୍ୱିଟରରେ ପ୍ରଦର୍ଶିତ ମାନନ୍ତ୍ରରେ ଜମ୍ମୁ-କାଶ୍ମୀର ଓ ଲଦାଖ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଟ୍ୱିଟରର ଏଭଳି ପ୍ରଦର୍ଶନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମଧ୍ୟ ସାଧାରଣରେ କୁହାଯାଉଛି ।

ସୂଚନା ଥାଉକି, ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଆରମ୍ଭ ହୋଇଛି ଶୀତଳ ଯୁଦ୍ଧ । ନିକଟରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ପେଜରୁ ଟିକ ହଟିଯାଇଥିବା ବେଳେ ଆଇଟି ମନ୍ତ୍ରୀ ରବି ଶଙ୍କରଙ୍କ ପେଜକୁ ଘଣ୍ଟାଏ ଲାଗି ବ୍ୟାନ କରାରାଯାଇଥିଲା । ଯାହାକୁ ନେଇ ବହୁ ବାଦବିବାଦ ଦେଖିବାକୁ ମିଳିଥିଲା । ଏହାଭିତରେ ପୁଣି ଏଭଳି ଏକ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଭାରତ ମାନଚିତ୍ରରୁ ଜମ୍ମୁ-କାଶ୍ମୀର ଓ ଲଦାଖ ନଥିବା ପ୍ରସଙ୍ଗରେ ଟ୍ୱିଟର ଅଫିସିଆଲ ପ୍ରତିକ୍ରିୟା ମିଳିପାରି ନାହିଁ ।