Odia News Portal

ଓଡ଼ିଶାରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଭୁବନେଶ୍ୱର-କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଓଡ଼ିଶାରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଭୁବନେଶ୍ୱର ବିମାନବନ୍ଦରରେ ଜୟଶଙ୍କରଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତାଗଣ । ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପିର ପ୍ରମୁଖ ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ଜାରି ରହିଛି । ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଭୁବନେଶ୍ୱରରେ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି କଟକ ଓ ସମ୍ବଲପୁରରେ ବିଭିନ୍ନ ବୈଠକ କରିବେ । ଆସନ୍ତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଭୁବନେଶ୍ୱରରେ ଦଳର ନିର୍ବାଚନ ସଂକ୍ରାନ୍ତୀୟ ଆଲୋଚନା କରିବେ । ଏହାପରେ କଟକରେ ଦଳୀୟ ସଦସ୍ୟଙ୍କ ସହ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିବେ । ୬ ତାରିଖରେ ମୋଦୀଙ୍କର ଓଡ଼ିଶାରେ ପ୍ରଥମ ନିର୍ବାଚନୀ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି ଗସ୍ତ ବେଳେ ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାର ଆୟୋଜନ କରିବେ । ଓଡିଆ ଅସ୍ମିତା, ବିକାଶକୁ ଆଧାର କରି ମୋଦୀ ନିକଟରେ ଓଡିଶା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ଯାହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ ।