Odia News Portal

କନ୍ଧମାଳରେ ନିର୍ମାଣ ହେବ ମେଡିକାଲ କଲେଜ

କନ୍ଧମାଳ: କନ୍ଧମାଳରେ ହେବ ମେଡ଼ିକାଲ କଲେଜ । 5ଶହ ଶଯ୍ୟାବିଶିଷ୍ଟ ମେଡିକାଲ୍ କଲେଜ ଓ ହସପିଟାଲ କାମ ଶୀଘ୍ର ଶେଷ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଗୋଟେପଟେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ କାର୍ଯ୍ୟକ୍ରମ ଜାରି ରହିଛି ଅନ୍ୟପଟେ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ତେବେ ଉପାନ୍ତ ଅଞ୍ଚଳ କୁହାଯାଉଥିବା କନ୍ଧମାଳ ଆଗାମୀ ଦିନରେ ବିକଶିତ କନ୍ଧମାଳ ହେବାର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ  ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି । କନ୍ଧମାଳ ସୁନାର ଭୂମି, ଏ ମାଟିରେ ସୁନା ଫଳେ । କନ୍ଧମାଳ ହଳଦୀ ବିଶ୍ବରେ ଏକ ନାମୀ ବ୍ରାଣ୍ଡ ଭାବେ ପ୍ରତିଷ୍ଠା ଲାଭ କରିଥିବା କହିଛନ୍ତି  । ଇକୋ ଟୁରିଜିମ୍ ପାଇଁ କନ୍ଧମାଳ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କନ୍ଧମାଳରେ ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ ଦେଇଛନ୍ତି।

ସେହିପରି କନ୍ଧମାଳରେ ବିଜୁ ସେତୁ ଯୋଜନାରେ 120କୋଟି ଟଙ୍କା ବିନିଯୋଗରେ 69ଟି ଗ୍ରାମପଞ୍ଚାୟତରେ ଯୋଗାଯୋଗରେ ଉନ୍ନତି କରାଯାଇଛି । ଏହାଦ୍ବାରା 2ଲକ୍ଷ ଲୋକ ଏହାଦ୍ବାରା ଉପକାର ପାଇଛନ୍ତି । ବାଲିଗୁଡ଼ାରେ 220/33 କେଭି ଗ୍ରୀଡ୍ ସବଷ୍ଟେସନ୍ କାମ ଶୀଘ୍ର ସରିବ । ଏହାଦ୍ବାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟାଗୁଡା, ଦାରିଙ୍ଗବାଡ଼ି, ବାଲିଗୁଡାର 34 ହଜାର ପରିବାର ଉପକାର ପାଇବେ ।  ସ୍ମାର୍ଟ କାର୍ଡ ଦ୍ୱାରା ଦେଶର 2ଶହରୁ ଅଧିକ ବଡ଼ ବଡ ହସପିଟାଲରେ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ  ।