Odia News Portal

କଣ୍ଢେଇଯାତ୍ରାର ଟିମକୁ ସମ୍ବର୍ଦ୍ଧିତ କଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ଗଞ୍ଜାମ: ବ୍ରହ୍ମପୁର ସହରର ପ୍ରାଚୀନ ଏବଂ ସଂସ୍କୃତି ସମ୍ପର୍ଣ୍ଣ  ପରମ୍ପରା କଣ୍ଢେଇ ଯାତ୍ରା। ଆଜକୁ କେଉଁ ଆଵହମାନ କାଳରୁ ଚାଲି ଆସୁଛି ଏହି ପରମ୍ପରା।ଏହାକୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟର୍ନେସନାଲ ଟୁରିଜମ ଫିଲ୍ମ ଫେଷ୍ଟିବଲରେ ପ୍ରଦର୍ଶିତ କରି ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିଥିବା ଯୁବ ସିନେ ନିର୍ମାତା ବାସ୍ତୁବିତ ସନ୍ୟାସୀ ମହାରଣା ଏବଂ ତାଙ୍କର ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି  ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା। ପ୍ରାୟ 75 ଦେଶର 1500 ଚଳଚ୍ଚିତ୍ର ମଧ୍ୟରୁ କଣ୍ଢେଇଯାତ୍ରା ଅନ୍ତର୍ଜାତୀୟ ସ୍ତରରେ ସର୍ବଶ୍ରେଷ୍ଟ ଚଳଚିତ୍ର ଓ ସର୍ବଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସନ୍ୟାସୀ ମହରଣା ଚିତ୍ରୋତ୍ତୋଳନରେ ଟୁଟୁ ପ୍ରଧାନ ଏବଂ ସର୍ବଶ୍ରେଷ୍ଠ ପୋଷ୍ଟର ଡିଯାଇନରେ ଟିକିରି ବେହେରା ପୁରସ୍କୃତ ହୋଇ ବ୍ରହ୍ମପୁର ମାଟିର କଳାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ ପରିଚିତ  କରିଥିବାରୁ  ବିଧାୟକ ନିଜର ବାସ ଭବନରେ ବ୍ରହ୍ମପୁର ତଥା ରାଜ୍ୟର ସୁନାମ ଆଣିଥିବା କଳାକାର ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।ଏହା ପୂର୍ବରୁ ଉପସ୍ଥିତ କଳାକାର ମାନେ ମଧ୍ୟ ମାନ୍ୟବର ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା  ବିଭିନ୍ନ ସେବାମୂଳକ କାର୍ଯ୍ୟକୁ ପ୍ରଶଂସା କରିବା ସହ ତାଙ୍କୂ ମଧ୍ୟ ବୃକ୍ଷ ଅର୍ପଣ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ବି ଜେ ଡ଼ି ସଭାପତି ବିଜୟ ସାମଲ ,ମହନଗର ଯୁବ ବି ଜେ ଡ଼ି ସଭାପତି ଅଜିତ ପଣ୍ଡା, ବରୀଷ୍ଠ ନେତା ସୁବାସ ମହାରଣା, ସମାଜସେବୀ ଅନିଲ କୁମାର ଚୌଧୁରୀ ଓ ପ୍ରକାଶ ମହାରଣାଙ୍କ ସମେତ ଅନେକ ବିଜେଡି କର୍ମକର୍ତ୍ତଙ୍କ ସହ ବହୁ କଳାକାର ଉପସ୍ଥିତ ଥିଲେ। ବ୍ରହ୍ମପୁର ମାଟିକୁ ଏଭଳି ଏକ ଅନନ୍ୟ ଉପଲବ୍ଧି ଆଣିଥିବା ହେତୁ ଏହି କଣ୍ଢେଇଯାତ୍ରା ପରମ୍ପରାକୁ ବଞ୍ଚାଇବାର ପ୍ରଚେଷ୍ଟା କରିଥିବା ମହାରଣାଙ୍କୁ ସାଧୁବାଦ ଶୁଭେଚ୍ଛା ଜଣାଇଥିଲେ ବିଧାୟକ ବିକ୍ରମ ପଣ୍ଡା।