Odia News Portal

ପାକିସ୍ଥାନୀ ନେତାଙ୍କ ବିସ୍ପୋରକ ବୟାନ

ତାଲିବାନ୍ ନିଜ ଭାବମୂର୍ତ୍ତି ସଜାଡିବାକୁ ଚେଷ୍ଟା କରୁଥିବାବେଳେ ପାକିସ୍ତାନ ନେତାଙ୍କ ବିସ୍ଫୋରକ ବୟାନ ସମସ୍ତଙ୍କୁ ଚକିତ କରିଛି । ତାଲିବାନ ଦିନେ କାଶ୍ମୀରକୁ ବିଜୟ କରି ପାକିସ୍ତାନକୁ ଉପହାର ଭାବେ ଦେବ ବୋଲି ପାକିୀସ୍ତାନର ଇମ୍ରାନ ସରକାରଙ୍କ ନିଲମ୍ ଇର୍ସାଦ୍ ଶେଖ୍ ପାକିସ୍ତାନୀ ଗଣମାଧ୍ୟମର ଏକ ଆଲୋଚନାରେ କହିଛନ୍ତି । ତାଲିବାନକୁ ପାକିସ୍ତାନ ଗଢିବା ଓ ଆର୍ଥିକ ସାୟତା କରିବା ନେଇ ଚାରିଆଡେ ଆଲୋଚନା ହେଉଥିବାବେଳ ଇର୍ସାଦଙ୍କ ଏହି ମନ୍ତବ୍ୟ ଏହି ସନ୍ଦେହକୁ ସ୍ପଷ୍ଟ କରିଛି । ଇମ୍ରାନ ସରକାର ଆସିବା ପରେ ପାକିସ୍ତାନର ଉନ୍ନତି ହୋଇଛି । ବିଶ୍ୱରେ ପାକସ୍ତାନର ମାନ ସମ୍ମାନ ବଢିବାରେ ଲାଗିଛି ।ପାକିସ୍ତାନରେ ବିଦେଶୀ କମ୍ପାନୀ ଗୁଡିକ ପୁଂଜି ନିବେଶ କରୁଛନ୍ତି । ଦେଶର ରାଜସ୍ୱ ବଢିବାରେ ଲାଗିଛି । ଆମ ସେନା ଶକ୍ତିଶାଳୀ ଆମ ସରକାର ମଧ୍ୟ ଶକ୍ତିଶଳୀ । ତେଣୁ ତାଲିବାନ ସାହାଯ୍ୟ ମିଳିଲେ କାଶ୍ମିରକୁ ପାଇବା ନେଇ ପାକିସ୍ତାନର ସ୍ୱପ୍ନ ସଫଳ ହେବ ବୋଲି ଦାବି କରିଛନ୍ତି ଇର୍ସାଦ୍ । ଭାରତ ଆମକୁ କାଶ୍ମୀର ଠାରୁ ଅଲଗା କରିଦେଇଛି । ତେଣୁ କାଶ୍ମରକୁ ପୁଣିଥରେ ଫେରାଇ ଆଣିବାକୁ ତାଲିାବନ କଥା ଦେଇଥିବା ଇର୍ସାଦ କହିଛନ୍ତି । ଏମାନଙ୍କୁ ଆଫଗାନିସ୍ତାନରୁ ତଡିଦେଇଥିବାବେଳେ ଆମେ ଆଶ୍ରା ଦେଇଥିଲୁ । ଏବେ ତାଲିବାନ୍ ଆମର ସହାୟତା କରି ବୋଲି ସେ କହିଛନ୍ତି । ତେବେ ତାଙ୍କର ଏପରି ବୟାନକୁ ନେଇ ଆଲୋଚନାରେ ଉପସ୍ଥିତ ଅତିଥି ହସିଥିଲେ ।