Odia News Portal

ମହିଳାଙ୍କ ଚୁଟି କାଟିଲେ, ମୁହଁରେ କଳା ବୋଳିଲେ

କେନ୍ଦ୍ରାପଡ଼ା: ସଭ୍ୟ ସମାଜରେ ଅସଭ୍ୟ କାର୍ଯ୍ୟ । କଙ୍ଗାରୁକୋର୍ଟରେ ବିଚାର । ଲୋନ୍ ଟଙ୍କା ପାଇଁ କଙ୍ଗାରୁ କୋର୍ଟ। ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ। ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ହେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ।

ସୂଚନା ଅନୁଯାୟୀ ମହିଳା ଜଣକ କିଛି ଲୋକଙ୍କ ଠାରୁ ଲୋନ କରାଇ ଦେବାକୁ କହି ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଲୋନ କରାଇ ନଦେବାରୁ ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ ମହିଳା ଜଣକ। ରାସ୍ତା ମଝିରେ ମହିଳାଙ୍କୁ ଲଣ୍ଡା କରିବା ସହ ତାଙ୍କ ମୁହଁରେ କଳା ବୋଳିଦେଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି। ଅନ୍ୟପଟେ ଏଭଳି କାର୍ୟ୍ୟକୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।