Odia News Portal

ଗୋରୁପଲ ବିରି ଖାଇବାରୁ ଯୁବକଙ୍କୁ ତୀର ମାରି ହତ୍ୟା

କେନ୍ଦୁଝର: ବାଂଶପାଳ ବ୍ଲକ ନୟାକୋଟ ଥାନା କୋଡାକଳା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି.ଗୋରୁ ପଲ ବିରି ଖାଇଦେବାରୁ ଯୁବକଙ୍କୁ ତୀର ମାରି ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ କୋଡାକଳା ଗ୍ରାମର ନୀଳ ଗିରି (୨୮) । ସୂଚନା ନୁ ସାରେ ଗତକାଲି ଅପରାହ୍ନରେ ଗ୍ରାମର ଜଗଦୀଶ ଦେହୁରୀ, ସାଗୁ ଦେହୁରୀ, ନିଳ ଗିରି ଗାଁ ପାଖ ଜଙ୍ଗଲରେ ଗାଈ ଚରାଉ ଥିଲେ । ତେବେ ଗୋରୁ ପଲରୁ କିଛି ଗାଈ ଚଷା ଦେହୁରୀଙ୍କ ଘର ଅଗଣାରେ ଚାଷ କରିଥିବା ବିରି ବାଡିରେ ପଶି ବିରି ଖାଇ ଦେଇଥିଲେ । ଗୋରୁପଲ ବିରି ଖାଇଦେବାରୁ ଚଷା ରାଗିଯାଇ ଜଗଦୀଶ, ସାଗୁ ଓ ନୀଳକୁ ଏକ ଟାଙ୍ଗିଆ ରେ ପ୍ରଥମେ ଆକ୍ରମଣ କରିଥିଲା ଏହି ସମୟରେ ସାଗୁ ଓ ଜଗଦିଶ ଜଂଗଲକୁ ଦୌଡ଼ି ପଳେଇ ଥିଲେ । ପରେ ଚଷା ନୀଳକୁ ଏକ ଚଢେଇ ମରା ବାଟୁଳିରେ ତୀର ଲଗାଇ ଆକ୍ରମଣ କରିଥିଲା ଫଳରେ ତୀରଟି ନୀଳର ପେଟ ରେ ପଶି ଯାଇଥିଲା ଓ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ପରେ ଘଟଣା ବିଷୟରେ ଜଗଦୀଶ ଓ ସାଗୁ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ରାତିରେ ପୋଲିସକୁ ଜଣାଇବା ପରେ ନୟାକୋଟ ଥାନା ପୋଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି ।