Odia News Portal

ପଶ୍ଚିମବଙ୍ଗରେ ପାଳନ ହେବ ‘ଖେଲା ହୋବେ’ ଦିବସ

କୋଲକାତା: ନିକଟରେ ସରିଛି ପଶ୍ଚିମବଙ୍ଗ ନିର୍ବାଚନ । ବିଜେପି ଓ ଟିଏମସି ମଧ୍ୟରେ ଏଠାରେ କଡା ଟକ୍କର ହୋଇଥିଲା । କିଏ ଏଠାରେ ବିଜୟ ହେବ ତାକୁ ନେଇ ଲାଗି ରହିଥିଲା ସସ୍ପେନ୍ସ । ମ୍ରା ସବୁକିଛି ଭୁଲ ପ୍ରମାଣିତ କରି ଏଠାରେ ବିପୁଳ ପରିାମାଣରେ ବିଜୟ ହୋଇଥିଲେ ମମତହ ବାନାର୍ଜୀଙ୍କ ଦଳ ଟିଏମସି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଏଠାରେ ଗୋଟିଏ ନାରା ଚାଲିଥିଲା ଖେଲା ହୋବେ । ତେବେ ଡାଇଲଗକୁ ନେଇ ସାରା ଭାରତ ବର୍ଷରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଏହି ଡାଇଲଗ ନାମରେ ମମତା ଏକ ଯୋଜନା ପଶ୍ଚିମବଙ୍ଗରେ ଆରମ୍ଭ କରିଥିବା ବେଳେ ଏବେ ଏକ ଦିବସ ପାଳନ କରିବା ଲାଗି ଆହ୍ୱାନ ଦେଇଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ କହିଛନ୍ତି ଲୋକେ ‘ଖେଲା ହୋବେ’ କୁ ସ୍ୱୀକାର କରିଛନ୍ତି । ଏଥିପାଇଁ ଏବେ ବଙ୍ଗଳାରେ ‘ଖେଲା ହୋବେ’ ଦିବସ ପାଳନ କରାଯିବ । ପଶ୍ଚିମବଙ୍ଗ ବିଧାନସଭାରେ ମମତା ବାନାର୍ଜୀ ଏହି କଥା କହିଛନ୍ତି । ନିର୍ବାଚନୀ ରାଲିରେ ମମତା ଏହି ସ୍ଲୋଗାନକୁ ବେସି ମାତ୍ରାରେ ବ୍ୟବହାର କରୁଥିଲେ । ତାଙ୍କର ଟାର୍ଗେଟ ସିଧାସଳଖ ଭାବେ ବିଜେପି ପାଇଁ ଥିଲା । ତେବେ ଟିଏମସିର ନିର୍ବାଚନୀ ନାରା କେବଳ ‘ଖେଲା ହୋବେ’ ଯାଏଁ ସୀମିତ ନଥିଲା । ଏହା ସହିତ ମମତା ବାନାର୍ଜୀ ଆଉ ଏକ ନାରା ଦେଉଥିଲେ । ‘ଖେଲା ହୋବେ, ଦେଖା ହୋବେ, ଜେତା ହୋବେ’ । ଅର୍ଥାତ, ‘ଖେଳିବୁ, ଦେଖିବୁ ଓ ଜିତିବୁ’ । ଏହାବ୍ୟତୀତ ‘ଜୟ ଶ୍ରୀରାମ’ ନାରା ଜବାବରେ ମମତା ‘ହରେ କୃଷ୍ଣ ହରେ ରାମ, ବିଦା ହେଉ ବିଜେପି ବାମ’ ନାରା ଦେଇଥିଲେ ।