Odia News Portal

ଦମଦାର ବିଜୟ ସହ ଫାଇନାଲରେ ପ୍ରବେଶ କଲା କେକେଆର

ଦୁବାଇ: ଦମଦାର ବିଜୟ। ଫାଇନାଲରେ କେକେଆର। କ୍ରିକେଟ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୨ୟ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀକୁ ୩ ୱିକେଟରେ ପରାସ୍ତ କରିଛି କୋଲକାତା । ଏହି ବିଜୟ ସହ କୋଲକାତା ଫାଇନାଲରେ ପ୍ରବେ‌ଶ କରିଛି । ପ୍ରଥମ ପାଳିରେ ଦିଲ୍ଲୀ ୨୦ ଓଭରରେ ୫ ୱିକେଟ ହରାଇ ୧୩୫ ରନ୍‌ କରିଥିଲା । ଜବାବରେ କୋଲକାତା ୧୯.୫ ଓଭରରେ ୭ ୱିକେଟ ହରାଇ ୧୩୬ ରନ କରିଛି।

କୋଲକାତା ପକ୍ଷରୁ ଦ୍ବିତୀୟ ପାଳିରେ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଓପନ୍‌ର ଶୁବମାନ ଗିଲ ଓ ଭେଙ୍କଟେଶ ଆୟାରଙ୍କ ୯୬ ରନ୍‌ର ଭାଗିଦାରୀ ଦଳକୁ ଦୃଢ଼ ମୂଳଦୁଆ ଦେଇଥିଲା । ଭେଙ୍କଟେଶ ଆୟାର ୪୧ ବଲରେ ୫୫ ରନ୍‌ କରିଥିବା ବେଳେ ଶୁବମାନ ଗିଲ ୪୬ ବଲରେ ୪୬ ରନ୍‌ କରିଥିଲେ । ଅନ୍ୟପଟେ ନୀତୀଶ ରାଣା ୧୨ ବଲରେ ୧୩ ରନ୍‌ କରିଥିବା ବେଳେ ରାହୁଲ ତ୍ରିପାଠୀ ୧୧ ବଲରେ ୧୨ ରନ୍‌ କରି କୋଲକାତାକୁ ବିଜୟ ଦେଇଥିଲେ । ଫଳରେ ଏହି ବିଜୟ ସହ କୋଲକାତା ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ୍‌ ସହ ଫାଇନାଲ ଖେଳିବ।

ଅନ୍ୟପକ୍ଷରେ ଚଳିତ ସିଜନ୍‌ର ସବୁଠୁ ଦୃଢ ବୋଲିଂଲାଇନ୍ ଥିବା ଦଳ ଦିଲ୍ଲୀ ପକ୍ଷରୁ ପ୍ରଥମରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା । କିନ୍ତୁ ଦିଲ୍ଲୀ ୧୫ ଓଭର ପରେ ଦମ୍‌ଦାର ବୋଲିଂ କରିଥିଲା ୭ ରନ୍‌ରେ ୫ ୱିକେଟ ନେଇ ମ୍ୟାଚକୁ ଫେରିଥିଲା କିନ୍ତୁ ମ୍ୟାଚକୁ ଜିତି ପାରି ନଥିଲା । ଦିଲ୍ଲୀ ପକ୍ଷରୁ ଅନ୍ରିଚ୍ ନର୍ଟେଜେ, କାଗିସୋ ରାବାଡା, ରବିଚନ୍ଦ୍ରନ୍ ଅଶ୍ୱିନ୍ ୨-୨ ୱିକେଟ ନେଇଥିଲା ବେଳେ ଆଭେଶ ଖାନ ଗୋଟିଏ ୱିକେଟ ନେଇଥିଲେ ।