Odia News Portal

ପଢ଼ନ୍ତୁ କଣ ରହିଛି ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର: ଆସିଲା ନୂଆ ଗାଇଡ୍ ଲାଇନ୍ । ଅଗଷ୍ଟ ୧ ଯାଏଁ ଆଶିଂକ ଲକଡାଉନ ରାଜ୍ୟରେ ଜାରି ରହିବ । ଏନେଇ ଆଜି ମୁଖ୍ୟ ସଚିବ ଘୋଷଣା କରିଛନ୍ତି। ତେବେ ଜାଣନ୍ତୁ କଣ ଖୋଲା ଏବଂ କଣ ବନ୍ଦ

କାଟେଗୋରୀ ଏରେ ୨୦ ଓ ବିରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ରହିବ
କାଟେଗୋରୀ ଏରେ ରାତି ୮ଟା ଯାଏ ଖୋଲିବ ଦୋକାନ ବଜାର
କାଟେଗୋରୀ ଏରେ ସପ୍ତାହକ ୭ ଦିନ ଖୋଲିବ ଦୋକାନ ବଜାର
କାଟେଗୋରୀ ବିରେ ସଂଧ୍ୟା ୫ଟା ଯାଏ ଖୋଲିବ ଦୋକାନ ବଜାର
ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ
ଦୋକାନ ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଚାଲିବ ଟ୍ୟାକ୍ସି, ଅଟୋ
ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍, ସେଲୁନ କାଲିଠାରୁ ଖୋଲିବ
ବିନା ଦର୍ଶକରେ ଆଉଟଡୋର୍ ସ୍ପୋର୍ଟସକୁ ସରକାରଙ୍କ ଅନୁମତି
ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି
ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ
ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ
ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ
ବାର୍ ବନ୍ଦ ରହିବ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ
କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ
ଏଣିକି ସମଗ୍ର ରାଜ୍ୟରେ ବସ୍ ସେବା ଚାଲୁ ରହିବ। କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ।