Odia News Portal

ଭୁବନେଶ୍ୱରରେ ନୂଆ ସେନା ଉପମୁଖ୍ୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି। ସେ ସିଧାସଳଖ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ସୈନିକ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଚଣ୍ଡିପ୍ରସାଦ। ଗୋପାଳପୁର ଗୋଳାବନ୍ଧ ଆର୍ମି ଡିଫେନ୍ସ କଲେଜ ପରିଦର୍ଶନ କରିବା ପରେ ଭୁବନେଶ୍ୱର ଆସିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି।

ତେବେ ଓଡ଼ିଶାବାସୀଙ୍କ ପାଇଁ ସେ କହିଛନ୍ତି, ଓଡ଼ିଆ ପିଲା ବେଶି ସଂଖ୍ୟାରେ ସେନାରେ ପଶିପାରୁ ନ ଥିବା ବେଳେ କାର୍ଯ୍ୟରେ ଯୋଗ ଦେବା ପରେ ଏଥିପ୍ରତି ଦୃଷ୍ଟି ଦେବି। କିପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ସେଥିପ୍ରତି ଧ୍ୟାନ ଦେବିବୋଲି କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଆର୍ମିରେ ଝିଅଙ୍କ ପାଇଁ ବହୁତ ସୁବିଧା ହୋଇଗଲାଣି। ଓଡ଼ିଶାର ଝିଅ ଆର୍ମିରେ ଜଏନ କରନ୍ତୁ। କୋର ଅଫ୍‌ ମିଲିଟାରି ପୋଲିସରେ ବି ବହୁତ ସୁଯୋଗ ଅଛି। କିନ୍ତୁ ଏଥିନିମନ୍ତେ ଟ୍ରେନିଂ ନେବା ଦରକାର । ଏହା ଏତେ ସହଜ ପ୍ରକ୍ରିୟା ନୁହେଁ। ନିଯୁକ୍ତି ପ୍ରକ୍ରିୟା ବି ବେଶି ସହଜ ନୁହେଁ। ସ୍ୱାସ୍ଥ୍ୟଗତ ଓ ଶାରୀରିକ ସୁସ୍ଥତାକୁ ମଧ୍ୟ ଏଠାରେ ପ୍ରାଥମିକତା ଦିଆଯାଏ। ତେଣୁ ଏ ସବୁକୁ ଚିନ୍ତା କରି ଆର୍ମି ଜଏନ କରିବାକୁ ସେ ଓଡ଼ିଆ ଯୁବ ଗୋଷ୍ଠିଙ୍କୁ ଆହ୍ୱାନ ଦେଇଛନ୍ତି। କେବଳ ଆର୍ମି ନୁହେଁ ଏୟାରଫୋର୍ସ, ନେଭିରେ ମଧ୍ୟ ଯୋଗ ଦେବାକୁ ସେ ଆହ୍ୱାନ ଦେଇଛନ୍ତି।

ସୂଚନାନୁଯାୟୀ, ଆସନ୍ତାକାଲି ଭୁବନେଶ୍ୱରରେ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । କାଲି ସୈନିକ ସ୍କୁଲରେ ସାମ୍ବାଦିକ ସମ୍ମିଳନୀ କରିବେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ଭାରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ସେ ଏବେ ‘ସଦର୍ନ କମାଣ୍ଡ’ର କମାଣ୍ଡିଂ ଇନ୍ ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସେନାରେ ଏପରି ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ଜଗତସିଂହପୁରର ଜୟବଡ଼ ଗାଁରେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ଘର ।