Odia News Portal

ସମଲିଙ୍ଗୀ ବିବାହ ମାନ୍ୟତା

ଭାରତରେ ସମଲିଙ୍ଗୀ ବିବାହକୁ ନେଇ ଆଇନଗତ ଲଢେଇ ଜାରି ରହିଥିବା ବେଳେ ବିଶ୍ୱରେ ଏମିତି ଅନେକ ଦେଶ ରହିଛି ଯେଉଁଠି ଏହାକୁ ମାନ୍ୟତା ମିଳିଛି। ସେହି ଦେଶଗୁଡିକ ହେଉଛି କ୍ୟୁବା, ଆଣ୍ଡୋରା, ସ୍ଳୋଭେନିଆ, ଚିଲି, ସୁଇଜରଲାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ, ତାଇଓ୍ବାନ, ଇକ୍ୱେଡର, ବେଲଜିୟମ, ବ୍ରିଟେନ, ଡେନ୍‌ମାର୍କ, ଫିନ୍‌ଲାାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲାଣ୍ଡ, ଆୟରଲାଣ୍ଡ, ଲକ୍ସେମ୍ବର୍ଶ, ମାଲଟା, ନରଓ୍ବେ, ପର୍ତ୍ତୁଗାଲ, ସ୍ପେନ, ସୁଇଡେନ, ମେକ୍ସିକୋ, ସାଉଥ ଆଫ୍ରିକା, ଆମେରିକା, କୋଲମ୍ବିଆ, ବ୍ରାଜିଲ୍‌, ଆର୍ଜେଣ୍ଟିନା, କାନାଡା, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଉରୁଗୁଏ।
୨୦୦୧ରେ ନେଦରଲାଣ୍ଡ ପ୍ରଥମ ଦେଶ ହିସାବରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିଥିଲା। ଏସିଆର ପ୍ରଥମ ଦେଶ ଭାବେ ତାଇଓ୍ବାନ ଏହି ଶ୍ରେଣୀରେ ସାମିଲ ହୋଇଛି। ମୋଟ୍‌ ୩୩ରୁ ୨୩ ଦେଶର ସମ୍ବିଧାନ ଆଇନଗତ ଅଧିକାର ପ୍ରଦାନ କରିଥିବା ବେଳେ ଅବଶିଷ୍ଟ ୧୦ ଦେଶର ଅଦାଲତ ସମଲିଙ୍ଗୀ ବିବାହକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଚେକ୍‌ ରିପବ୍ଲିକ, ଜାପାନ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ସହ ଭାରତ ପଞ୍ଚମ ଦେଶ ଭାବେ ଏହାର ସମୀକ୍ଷା କରୁଛି। ହ୍ୟୁମାନ ରାଇଟ୍‌ କ୍ୟାପେନିଂ ଫାଉଣ୍ଡେସନର ରିପୋର୍ଟ ‘ମ୍ୟାରେଜ ଇକ୍ୱାଲିଟି ଆରାଉଣ୍ଡ ଦ ଓ୍ବାଲର୍‌ଡ’ରୁ ଏହି ତଥ୍ୟ ପ୍ରକାଶ ପାଇଛି।