Odia News Portal

ଟିଏମସିରେ ମିଶିଲେ ଲିଆଣ୍ଡର ପେସ୍

କୋଲକାତା: ପଶ୍ଚିମବଙ୍ଗରେ ଅଧିକ ବଳଶାଳୀ ହେବାକୁ ଲାଗିଛି ଟିଏମସି । ମମତା ବାନାର୍ଜୀଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବହୁ ନେତା ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଉଛନ୍ତି । ତେବେ ଆଜି ପୁଣି ଜଣେ ଷ୍ଟାର ଟିଏମସିରେ ସାମିଲ ହୋଇଛନ୍ତି । ଭାରତୀୟ ଟେନିସ ଖେଳାଳୀ ଲିଆଣ୍ଡର ପେସ ଆଜି ବିଧିବଦ୍ଧ ଭାବେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଏନେଇ ଖୁଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି ।

କହିରଖୁ କି ଗୋଆରେ ଟିଏମସି ଏବେ ବଳ ଗୋଟାଇବାରେ ଲାଗିଛି । ମମତାଙ୍କ ଗୋଆ ଗସ୍ତ ବେଳେ ପ୍ରଥମେ ଅଭିନେତ୍ରୀ ତଥା ପୂର୍ବ କଂଗ୍ରେସ ନେତ୍ରୀ ନଫିସା ଅଲ୍ଲୀ ଟିଏମସିରେ ଯୋଗ ଦେଇଥିବା ବେଳେ ଆଜି ପାନାଜୀ ଠାରେ ଏକ ଆୟୋଜିତ କାର୍ୟ୍ୟକ୍ରମରେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଆଣ୍ଡର ପେସ୍ ଟିଏମସିରେ ଯୋଗ ଦେଇଛନ୍ତି ।
ସୂଚନା ଥାଉକି ମମତା ବାନାର୍ଜୀ ୩ ଦିନିଆ ଗୋଆ ଗସ୍ତରେ ଅଛନ୍ତି । ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମମତା ବାନାର୍ଜୀ ଗୋଆରେ ନିଜ ଦଳର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସେଠାରେ ଏବେ ବିଜେପିର ସରକାର ଥିବାରୁ ମମତା ବିଜେପିକୁ ବାହାର ରାସ୍ତା ଦେଖାଇବାକୁ ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ଗୋଆର ବରିଷ୍ଠ ନେତାମାନଙ୍କୁ ନିଜ ଦଳରେ ସାମିଲ କରିବାରେ ଲାଗିଛନ୍ତି ମମତା ।