Odia News Portal

ଓଡ଼ିଆ ଅଫିସର ସେନା ଉପମୁଖ୍ୟ

ନୂଆଦିଲ୍ଲୀ: ଦେଶର ବଡ଼ ଦାୟିତ୍ୱରେ ଓଡିଆ ପୁଅ । ଓଡିଆ ସେନା ଅଫିସରଙ୍କୁ ମିଳିଲା ବଡ ଦାୟିତ୍ୱ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଭାଇସ ଚିଫ । ସେନା ଉପମୁଖ୍ୟଭାବେ ଏସକେ ସାଇନି ସ୍ଥାନ ନେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ |ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି | ଏବେ ସଦର୍ଣ୍ଣ କମାଣ୍ଡର ଅଛନ୍ତି ଏଲଜି ଚଣ୍ଡୀପ୍ରସାଦ| ଭାରତୀୟ ସେନାର ୪୨ ତମ ଭାଇସ ଚିଫ ହେବେ ଜଗସିଂହପୁରରେ ଜନ୍ମିତ ଚଣ୍ଡୀପ୍ରସାଦ ମହାନ୍ତି ।