Odia News Portal

ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍ ଅବଧି

*ଗୋଟିଏ ସପ୍ତାହ ପାଇଁ ବଢିଲା ଲକଡାଉନ୍ ।
*ଲକଡାଉନ୍ ବଢିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଯୋଗେ ସୂଚନା |

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହାକୁ ନଜରରେ ରଖି ଦିଲ୍ଲୀରେ ପୁଣି ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବୃଦ୍ଧି ନେଇ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରିଛନ୍ତି । ଏପ୍ରିଲ ୧୯ ତାରିଖରେ ପ୍ରଥମେ ଦିଲ୍ଲୀରେ ଲକଡାଉନ୍ ଲାଗୁ କରାଯାଇଥିଲା । ଏହାପରେ ଏପ୍ରିଲ ୨୫ରେ ଏହାକୁ ପ୍ରଥମ ଥର ପାଇଁ ବୃଦ୍ଧି କରାଯାଇଥିଲା ଯାହାର ଅବଧି ମେ ୩ ପର୍ଯ୍ୟନ୍ତ ରହିଥିଲା । ଆଉ ଏବେ ପୁଣିଥରେ ଲକଡାଉନ୍ ଅବଧିକୁ ଆଉ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି ।