Odia News Portal

ଛାତ୍ରୀଙ୍କୁ ପ୍ରେମ ଜାଲରେ ଫଶାଇ ଦୁଷ୍କର୍ମ କଲେ ଟ୍ୟୁସନ ମାଷ୍ଟର

କେନ୍ଦୁଝର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଟ୍ୟୁସନ ଶିକ୍ଷକ ଗିରଫ । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ମାଷ୍ଟର ଗିରଫ ହୋଇଥିବା ସୂଚନା ମିଳିଛି । ପାଟଣା ଥାନା ଅଞ୍ଚଳର ଗତିକୃଷ୍ଣ ସେଠୀ ନାମକ ଜଣେ ଟ୍ୟୁସନ ଶିକ୍ଷକ ଏଭଳି କଳା କାରନାମା କରିଥିବା ଅଭିଯୋଗ ହୋଇଛି ।

ସୂଚନା ଥାଉକି, ନାବାଳିକାଙ୍କୁ ଟ୍ୟୁସନ କରୁଥିବା ଗତିକୃଷ୍ଣ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ପରେ ବିଭିନ୍ନ ମିଥ୍ୟା ପ୍ରତିଶ୍ରୃତି ଦେଇଥିଲା । ଗତ ମେ ୧୮ ତାରିଖରେ ଅପହରଣ କରି ନେଇଥିଲା । ମୟୂରଭଞ୍ଜରେ ନିଜ ମାଉସୀ ଘରକୁ ନେଇଥିଲା ଯୁବକ । ସେଠାରେ ଯୁବତୀଙ୍କୁ ରଖି ଦୁଷ୍କର୍ମ କରିଥିଲା । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାତ୍ରୀଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।