Odia News Portal

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ଅରୁଣାଚଳ ପ୍ରଦେଶରେ ୩.୮ତୀବ୍ରତାର ଭୂକମ୍ପ ଅନୁଭୂତ। ରବିବାର ଅପରାହ୍ନରେ ଅରୁଣାଚଳ ପ୍ରଦେଶର ପଶ୍ଚିମ ଭାଗରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ପିଟିଆଇ ରିପୋର୍ଟ କରିଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି।

ଭୂକମ୍ପର କେନ୍ଦ୍ରସ୍ଥଳ ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗର ୧୦କିଲୋମିଟର ଗଭୀରରେ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଛି। ମଧ୍ୟ-ଉତ୍ତର ଆସାମ ଏବଂ ଭୁଟାନର ପୂର୍ବ ଭାଗରେ କମ୍ପନ ଅନୁଭୂତ ହୋଇଥିବ‌ା ବେଳେ ଏହି ଭୂକମ୍ପରେ କେହି ମୃତାହତ ହେବାର ଖବର ମିଳିନାହିଁ।

ଗତ କିଛି ଦିନ ହେବ ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ହେଉଥିବାର ଖବର ମିଳିଛି। ତୁର୍କୀ ଓ ସିରିଆରେ ହୋଇଥିବା ବଡ଼ ଧରଣର ଭୂକମ୍ପ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ଭୂକମ୍ପ ଯୋଗୁଁ ତୁର୍କୀ ଏବଂ ସିରିୟାରେ ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଭୂକମ୍ପ ତୁର୍କୀର ୧୧ ପ୍ରଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାକୁ ୧୩ଦିନ ବିିତିଥିବା ବେଳେ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି।