Odia News Portal

ବିଧାନସଭାରେ ମାହାଙ୍ଗା ଡବଲ ମର୍ଡର ତାତି

ଭୁବନେଶ୍ୱର: ବିଧାନସଭା ଗୃହରେରେ ଉଠିଲା ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ । ମାହାଙ୍ଗା ମର୍ଡର ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମାହାଙ୍ଗା ମର୍ଡର ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଏତଲା ରହିଛି । ଏତଲା ଥିଲେ ସୁଦ୍ଧା ସରକାର ସଂପୃକ୍ତ ମନ୍ତ୍ରୀଙ୍କୁ ଗିରଫ କରୁନାହାନ୍ତି । ଏତଲାର ୧୩ ନଂରେ ମନ୍ତ୍ରୀଙ୍କ ନାଁ ଅଛି, ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି । ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତକୁ ମଧ୍ୟ ରାସ୍ତାରୁ ହଟାଇ ଦେଲେ । ସାଧାରଣ ଲୋକେ ଏଥିପାଇଁ ଭୟଭୀତ । ବାଚସ୍ପତି ଏଥି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ପ୍ରଦୀପ୍ତ ନାୟକ ।

ତେବେ ଏହି ପ୍ରସଙ୍ଗକୁ ନେଇ ବିଧାନସଭା ଶୂନ୍ୟକାଳରେ ବିଜେପି ଓ ବିଜେଡ଼ି ମୁହାଁମୁହିଁ । ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ ନେଇ ବିଜେଡି ବିଧାୟକ ବ୍ୟମୋକେଶ ରାୟ କହିଛନ୍ତି, ଯିଏ ୨୨ ଦିନ ଜେଲରେ ରହିଛି । ଯାହା ନାଁରେ ଅନେକ ମାମଲା ଅଛି ତାଙ୍କ ବିଷୟରର ଗୃହରେ କାହିଁକି ଆଲୋଚନା ହେଉଛି । ପବିତ୍ର ଗୃହରେ ଅପବିତ୍ର ଲୋକଙ୍କ କଥା ନ ଉଠାଯାଉ । ୯୭ ମସିହାରେ ବିପିଏଲରେ ଥିବା ଲୋକ କେମିତି କୋଟିପତି ହେଲା । ତାଙ୍କୁ ତୁରନ୍ତ ଗିରଫ କରାଯାଉ ।