Odia News Portal

ମାନସ ହତ୍ୟା ମାମଲା : ସମ୍ପୂର୍ଣ୍ଣା ଓ୍ବେବ ପୋର୍ଟାଲ ଅଫିସ୍ ସିଲ କଲା କ୍ରାଇମବ୍ରାଞ୍ଚ

ମାନସ ହତ୍ୟା ମାମଲାରେ  ଆଜି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧୀ ଶେଷ ହୋଇଛି।  ସେଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଜୋରଦାର କରିଛି ତନାଘନା।  ଘଟଣାର ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଶର୍ମିଷ୍ଠାଙ୍କ ଭୁବନେଶ୍ବର ସ୍ଥିତ ସମ୍ପୂର୍ଣ୍ଣା ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ସାଥିରେ ଧରି ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣା ଓ୍ବେବ ପୋର୍ଟାଲରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ  ଟିମ୍।   ସେଠାରେ ତଦନ୍ତ ପରେ ସମ୍ପୂର୍ଣ୍ଣା ଓ୍ବେବ ପୋର୍ଟାଲ ସିଲ  କରିଛି କ୍ରାଇମବ୍ରାଞ୍ଚ।

ଅନ୍ୟପକ୍ଷରେ ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଜେରା ବେଳେ ଅଭିଯୁକ୍ତ ନିରଞ୍ଜନ ସେଠୀ ମୁହଁ ଖୋଲିଛନ୍ତି। ଶର୍ମିଷ୍ଠା ଫେରାର କରିବା  ଲାଗି ୧୦  ହଜାର ଟଙ୍କା ନିରଞ୍ଜନ ଦେଇଥିଲେ । ଖାଲି ଟଙ୍କା  ନୁହେଁ  ଯିବା ଲାଗି ଭଡା ଗାଡି ମଧ୍ୟ ନିରଞ୍ଜନ କରି ଦେଇଥିଲେ । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କାଳିଆପାଣି ନିଜ ଶାଶୁ ଘରକୁ ଯାଇଥିଲେ। ଏହାଛଡା ମାନସଙ୍କୁ ଅପହରଣ କରିବା ପରେ  ପ୍ରଥମେ ଦୟାଲ ଆଶ୍ରମ ପରେ ତାକୁ  ଶର୍ମିଷ୍ଠାଙ୍କ  ସମ୍ପୂର୍ଣ୍ଣ ଅଫିସକୁ ବି ଅଣାଯାଇଥିଲା। ନିରଞ୍ଜନ ସେଠୀ ଉକ୍ତ ସ୍ଥାନକୁ ବି ଯାଇ ଥିଲେ ଏକଥା ବି ସ୍ଵୀକାର କରିଛନ୍ତି।