Odia News Portal

ମାନସ ସ୍ୱାଇଁ ହତ୍ୟା ଘଟଣା :ସାମ୍ନାକୁ ଆସିଲା ସାଂଘାତିକ ସତ

ବାଉଁଶ ଫାଳିଆରେ ପିଟି ମାନସଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଗୋଟି ଗୋଟି ସତ ବଖାଣୁଛନ୍ତି ଝୁନା ଭୋଇ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାଙ୍କୁ ମାରାଥନ୍‌ ଜେରା କରୁଛି କ୍ରାଇମବ୍ରାଞ୍ଚ । ଝୁନା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ମାନସଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମ ପରିସରରେ ଅଭିଯୁକ୍ତମାନେ ୩ଟି ବାଉଁଶ ଠେଙ୍ଗା ଓ ଗୋଟିଏ କାଠ ଫାଳିଆରେ ନିର୍ଘାତ ପିଟିଥିଲେ । ଆଶ୍ରମ କେୟାର ଟେକରଙ୍କ ତଥ୍ୟ ଅନୁସାରେ ସେସବୁକୁ ଜବତ କରିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ନିର୍ଦ୍ଦେଶ ପରେ କେୟାର ଟେକର ସେସବୁକୁ ଝରକା ବାହାରେ ଫିଙ୍ଗି ଦେଇଥିଲେ । ଅଭିଯୁକ୍ତ ଝୁନା ଭୋଇ ସେସବୁକୁ ଚିହ୍ନଟ କରିଛନ୍ତି ।

ତେବେ ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କୁହାଯାଉଥିବା ମେମୋରି ଚିପ୍‌ ଏବେ କେଉଁଠି? ଏଯାଏଁ ମେମୋରି ଚିପ୍‌ ପାଖରେ ପହଞ୍ଚି ପାରିନାହିଁ କ୍ରାଇମବ୍ରାଞ୍ଚ। ମାନସଙ୍କ ପୋଡ଼ା ଚପଲ, ଇଅର ଫୋନ୍‌ ଚିହ୍ନଟ କରିଛନ୍ତି ମାନସଙ୍କ ପତ୍ନୀ। କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍‌ ମାନସଙ୍କ ଗାଁ ନୟାଗଡ଼ ଜିଲ୍ଲା ରଣପୁରର ଗୋଡ଼ିପୋଖରୀରେ ପହଞ୍ଚି ତନାଘନା କରିଥିଲା। ମାନସ ସ୍ୱାଇଁଙ୍କୁ ଅପହରଣ ପରେ ହତ୍ୟା କରିଥିବା ମାନିଛନ୍ତି ଅଭିଯୁକ୍ତ । ମେମୋରୀ କାର୍ଡ ମିଳିଲେ କ୍ୟାମେରାମ୍ୟାନ୍‌ ମର୍ଡର ମିଷ୍ଟ୍ରି ଉପରୁ ଅନେକ ତଥ୍ୟ ବାହାରିବ ।