Odia News Portal

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା:୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କଲେ ୩ ଜଣ ସାକ୍ଷୀ

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ହେଲା ଟିଆଇ ପରେଡ। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ପରେଶ ରାଉତ, ଭାଗ୍ୟଧର ନାୟକ, ବିବେକ ନାୟକଙ୍କୁ ଟିଆଇ ପରେଡରେ ଚିହ୍ନଟ କଲେ ସାକ୍ଷୀ। ୫ଜଣ ଅଭିଯୁକ୍ତ ସମେତ ୧୦ ଜଣଙ୍କୁ ଲମ୍ବା ଲାଇନ୍‌ରେ ଛିଡା କରାଯାଥିଲା । ପରେ ୩ଜଣ ସାକ୍ଷୀ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଟିଆଇ ପରେଡ ସମୟରେ ଭଦ୍ରକ ଜେଏମ୍‌ଏଫ୍‌ସିଙ୍କ ଉପସ୍ଥିତି ହୋଇଥିଲା ଏନେଇ କ୍ରାଇମବ୍ରାଞ୍ଚ ନିର୍ଦେଶକ ସୂଚନା ଦେଇଛନ୍ତି।