Odia News Portal

ମାନସ ସ୍ୱାଇଁ ହତ୍ୟା ମାମଲା : ନିରଞ୍ଜନଙ୍କ ଜାମିନ ଖାରଜ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ଜେଲରେ ଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନକୁ ଭଦ୍ରକ ଜିଲ୍ଲା ଜଜ ଖାରଜ କରିଛନ୍ତି । ନିରଞ୍ଜନଙ୍କ ଜାମିନ ଆବେଦନକୁ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଖାରଜ କରିବା ପରେ ସେ ଭଦ୍ରକ ଜିଲ୍ଲା ଜଜଙ୍କ କୋର୍ଟରେ ଆବେଦନ କରିଥିଲେ ।

ହେଲେ ସେଠାରେ ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ନିରଞ୍ଜନଙ୍କ ଓକିଲ ରମଣିକାନ୍ତ ପଟ୍ଟନାୟକ ପ୍ରାଥମିକ ଭାବେ ଦିଆଯାଇଥିବା ଏତେଲାରେ ତାଙ୍କ ନାମ ନଥିବାରୁ ତାଙ୍କୁ ଜାମିନରେ ଛାଡିବାକୁ ନିବେଦନ କରିଥିଲେ । ଏହି ଚାଞ୍ଚଲ୍ୟକର ମାମଲାଟିକୁ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଚାଲୁ ରହି ଥିବାରୁ ମାନ୍ୟବର ଜିଲ୍ଲା ଜଜ ତାଙ୍କ ଜାମିନ ଦରଖାସ୍ତକୁ ଖାରଜ କରି ଦେଇଛନ୍ତି । ଅନ୍ୟପଟେ ପରମେଶ୍ୱର ନାୟକ, ଭାଗ୍ୟବାନ ସାହୁ, ନିଲୁ ଓରଫ ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକଙ୍କ ଜାମିନ ଆବେଦନ ଆଜି ଜିଲ୍ଲା ଜଜଙ୍କ ଅଦାଲତରେ ଶୁଣାଣି ପାଇଁ ଥିଲେ ବି କ୍ରାଇମବ୍ରାଞ୍ଚ ସି.ଡି.ନ ଦେବାରୁ ପରବର୍ତ୍ତୀ ଶୁଣାଣିକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦେଇଛନ୍ତି ।