Odia News Portal

ମାଲକାନଗିରି ରେ ପୁଣି ମାତିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ର ଉନ୍ମତ କାଣ୍ଡ । ତିନଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁ ନିକଟରେ ଘଟିଛି ଏହି ଘଟଣା । ଟ୍ରକ୍ ଗୁଡିକ ଜଗଦଲପୁର ରୁ ରାୟପୁର ଯାଇଥିବା ସମୟରେ ହିରଙ୍ଗିଝାଡ ଜଙ୍ଗଲ ରାସ୍ତାରେ ୪୦ ରୁ ୫୦ ଜଣ ମାଓବାଦୀ ଗାଡ଼ିକୁ ଅଟକାଇ ଏଥିରେ ନିଆଁ ଲଗାଇଥିଲେ । ଟ୍ରକ୍ ଡ୍ରାଇଭର୍ ଓ ହେଲପର ସୁରକ୍ଷିତ ରହିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସିଆରପିଏଫ ଓ ଡିଆରଜି ବାହିନୀ ପହଞ୍ଚି କୁମିଂ ଅପରେସନ ଆରମ୍ଭ କରିଛନ୍ତି ।