Odia News Portal

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ

ଆଜିଠୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ । ଇାନ୍ଦୋରରେ ଖେଳାଯିବ ତୃତୀୟ ଟେଷ୍ଟ । ପ୍ରଥମ ଦୁଇଟି ଟେଷ୍ଟ ଜିତି ଟ୍ରଫି ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତୃତୀୟ ଟେଷ୍ଟ ଜିତିଲେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲରେ ପହଞ୍ଚିବ ଦଳ । ଏହା ସହ ଆଇସିସି ଟେଷ୍ଟ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ହାସଲ ପାଇଁ ମଧ୍ୟ ସୁଯୋଗ ରହିଛି । ତେଣୁ ରୋହିତ ବାହିନୀ ଇନ୍ଦୋରରେ ବିଜୟ ଧାରା ବଜାର ରଖିବା ପାଇଁ ଚେଷ୍ଟା କରିବ ।

ସେହିପରି ଅଷ୍ଟ୍ରେଲିଆ ପୂର୍ବ ପରାଜୟକୁ ଭୁଲି ନୂଆ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବାକୁ ଯୋଜନା କରିଛି । ଷ୍ଟାର ବ୍ୟାଟର ଷ୍ଟିଭେନ୍ ସ୍ମିଥ୍ ଆଜି ନେତୃତ୍ୱ ନେବେ । ଇନ୍ଦୋରରେ ରୋହିତ ଶର୍ମାଙ୍କୁ କିଛି କଠିନ ନିଷ୍ପତ୍ତି ନେବାକୁ ପଡ଼ିବ । କେଏଲ୍ ରାହୁଲ ଓ ଶୁବମନ ଗିଲଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ । ରାହୁଲ ପ୍ରଥମ ଦୁଇଟି ଟେଷ୍ଟରେ ନିରାଶ କରିଥିଲେ । ରାହୁଲ ଏବେ ଉପ ଅଧିନାୟକ ନାହାନ୍ତି । ନେଟସରେ ଉଭୟ ରାହୁଲ ଓ ଗିଲଙ୍କୁ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।

ସେହିପରି ଅଷ୍ଟ୍ରେଲିଆ ମଧ୍ୟ ପ୍ଲେଇଂ ଇଲ୍ଲେଭେନରେ ପରିବର୍ତ୍ତନ କରିବ । ଡେଭିଡ୍ ୱାର୍ଣ୍ଣର, ଜୋସ୍ ହେଜେଲଉଡ୍ ଆହତ ହୋଇ ସ୍ୱଦେଶ ଫେରିଛନ୍ତି । ମା’ଙ୍କ ଚିକିତ୍ସା ପାଇଁ ଘରକୁ ଯାଇଥିବା ଅଧିନାୟକ ପ୍ୟାଟ୍ କମିନ୍ସ ଏପର୍ଯ୍ୟନ୍ତ ଫେରି ନାହାନ୍ତି । ଏମାନଙ୍କ ଅନୁପସ୍ଥିତିରେ ଦଳ ଆଜି ପ୍ଲେଇଂ ଇଲ୍ଲେଭେନରେ ପରିବର୍ତ୍ତନ କରିବା ନିଶ୍ଚିତ ।