Odia News Portal

ଗାନ୍ଧୀଙ୍କ ସ୍ମୃତିରେ ୨୮ଲକ୍ଷର ପାର୍କ ନିର୍ମାଣ

କଟକ: ମହାତ୍ମା ଗାନ୍ଧୀଙ୍କ ଶତବର୍ଷ ପୂର୍ତ୍ତିକୁ ନେଇ କଟକ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧୀ କଟକ ଆସି ପୁରୀଘାଟରେ ବିଶାଳ ସମାବେଶରେ ଉଦବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ସଭାକୁ ଶହେ ବର୍ଷ ପୁରୁଛି । ଏହାକୁ ସ୍ମରଣୀୟ କରିବାକୁ କଟକରେ ଚାଲିଛି ଜୋରଦାର ପ୍ରସ୍ତୁତି । ବେଲଭ୍ୟୁରେ ପାର୍କ ସାଙ୍ଗକୁ ତିଆରି ହେଉଛି ସଭାର ସ୍ମୃତି ବହନ କରୁଥିବା ଏକ ବିରାଟ ବ୍ରୋଞ୍ଜ ୱାଲ୍ ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧି କଟକ ଆସି ପୁରୀଘାଟରେ ବିଶାଳ ସମାବେଶରେ ଉଦବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ସଭାକୁ ଶହେ ବର୍ଷ ପୁରୁଛି । ସେହି ଦିନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏକ ପ୍ରଶଂସନୀୟ ଉଦ୍ୟମ କରୁଛି । କଟକ ବେଲଭ୍ୟୁ ଠାରେ ଏକ ସୁନ୍ଦର ପାର୍କ ନିର୍ମାଣ ପାଇଁ ୨୮ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ୱାଲକୁ ନିର୍ମାଣ କରୁଛନ୍ତି ଜଣାଶୁଣା କାରିଗର ଲକ୍ଷ୍ମୀଧର ମହାରଣା ।ଏହି ବୃହତ ଆକାରର ବ୍ରୋଞ୍ଜ ୱାଲରେ ଗାନ୍ଧୀଜୀଙ୍କ ସହିତ କସ୍ତୁରିବା, ଗୋପବନ୍ଧୁ ଓ ଅନ୍ୟ ସଂଗ୍ରାମୀ ମାନେ ଠିକ ଶହେ ବର୍ଷ ତଳେ ଯେପରି ସଭାରେ ବସିଥିଲେ ଠିକ ସେହିପରି ସ୍ଥାନ ପାଇଛନ୍ତି । ଏହା ଆଉ ଗୋଟିଏ ସପ୍ତାହ ପରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ପାର୍କ ଓ ୱାଲ ଉଦଘାଟନ ସହ ଏହି ସ୍ମରଣୀୟ ଦିନର ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।