Odia News Portal

ହକିରେ ଭାରତର ଜବରଦସ୍ତ କମ୍‌ବ୍ୟାକ

ଆଜି ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନ । ପ୍ରଥମ ଚାରି ଦିନରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ପଦକ ପାଇଛି । ଯାହା ପ୍ରଥମ ଦିନରେ ଭାରୋତ୍ତୋଳନରେ ମିରବାଇ ଚାନୁଙ୍କୁ ମିଳିଥିଲା । ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଏକ ଜବରଦସ୍ତ ବିଜୟ ହାସଲ କରିଛି । ଫଳରେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବାର ଆଶା ଭାରତର ଜୀବନ୍ତ ହୋଇଛି । ପୁରୁଷ ହକି ଦଳ ପୂର୍ବ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୭-୧ରେ ପରାସ୍ତ ହୋଇଛି ।

ସୌରଭ ଚୌଧୁରୀ ଏବଂ ମନୁ ଭକରଙ୍କ ଯୋଡି ସୁଟିଂରେ ନିରାଶ କରିଛନ୍ତି । ଭାରତୀୟ ହକି ଦଳ ସ୍ପେନକୁ ୩-୦ ରେ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଆରମ୍ଭରୁ ନିଜର ଦବଦବା ଜାହିର କରିଥିଲା । ମ୍ୟାଚରେ ଭାରତର ରୁପିନ୍ଦର ପାଲ ସିଂ ଦୁଇଟି ଗୋଲ ସ୍କୋର କରିଥିବାବେଳେ ସିମରଞ୍ଜିତ ଗୋଟିଏ ଗୋଲ ସ୍କୋର କରିଛନ୍ତି । ଯଦିଓ ସ୍ପେନ୍ ଏଥିରେ ତିନୋଟି ପେନାଲ୍ଟି କର୍ଣ୍ଣର ପାଇଥିଲା । କିନ୍ତୁ ସେମାନେ ଗୋଟିଏ ବି ଗୋଲ୍ ସ୍କୋର କରିପାରିନଥିଲେ ।