Odia News Portal

ଡିସେମ୍ବର ୧୦ ତାରିଖ ସୁଦ୍ଧା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ

ଭୁବନେଶ୍ୱର : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଦିଆଯାଇଥିବା ମାଟ୍ରିକ ପ୍ରମାଣପତ୍ର ସଂଶୋଧନ ଆସନ୍ତା ଡିସେମ୍ବର ୧୦ତାରିଖ ସୁଦ୍ଧା ହୋଇପାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ରରେ ତ୍ରୁଟି ଥାଏ, ତେବେ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ପ୍ରଧାନ ଶିକ୍ଷକମାନେ ସଂଶୋଧନ ଫର୍ମ ପୂରଣ କରି ଆଡମିଶନ ରେଜିଷ୍ଟର, କ୍ୟାନସଲଡ ଟିସି ଓ ଆବଶ୍ୟକୀୟ ଦସ୍ତାବିଜ ସହ ଆଞ୍ଚଳିକ କାର୍ଯ୍ୟାଳୟରେ ଦାଖଲ କରିବେ । ଏଥସହ ଏହାର ଏକ ନକଲ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟକୁ ଇମେଲରେ ପଠାଇବାକୁ କୁହାଯାଇଛି । ସଂଶୋଧନ ଲାଗି ଫର୍ମ ବୋର୍ଡ ୱେବସାଇଟ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକଙ୍କ ନିକଟରେ ଉପଲବ୍ଧ ରହିଛି ।