Odia News Portal

ଅଫିସରଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ କଡ଼ା ତାଗିଦ୍

ନୟାଗଡ଼: ଅଫିସରଙ୍କୁ ମନ୍ତ୍ରୀଙ୍କ କଡ଼ା ତାଗିଦ୍।ଯଦି କାମ କରିବ ତା ହେଲେ କର, ଯଦି ନ କରିବା କଥା ତା ହେଲେ ବାହାର । ଯେଉଁ ଅଫିସରମାନେ କାମରେ ଅବହେଳା କରୁଛନ୍ତି , ମୋ ସରକାର କାର୍ଯ୍ୟକ୍ରମରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ତେଣୁ ଯିଏ କାମ ନ କରିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମୁଖ୍ୟଙ୍କୁ ସୁପାରିଶ କରାଯିବ । ନୟାଗଡରେ ନିର୍ବାଚନ ମଣ୍ଡଳୀ ସମୀକ୍ଷା ବୈଠକରେ ନୟାଗଡରେ ଅଧିକାରୀଙ୍କୁ କିଛି ଏଭଳି ତାଗିଦ କରିଛନ୍ତି, ମନ୍ତ୍ରୀ ଅରୁଣ ସାହୁ ।

ମାର୍ଚ୍ଚ ମାସ ପୂର୍ବରୁ ନୟାଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ବାକି କାମ ଶେଷ କରିବା ପାଇଁ ସରକାରୀ କର୍ମଚାରୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ଅରୁଣ ସାହୁ । ଯେଉଁ ବିଭାଗକୁ ଯେତିକି ଅନୁଦାନ ଆସିଛି ତାକୁ ଶେଷ କରି ତୁରନ୍ତ ୟୁଜର୍ସ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଖାସ କରି ଜଳସେଚନ, ପୂର୍ତ୍ତ, ପାନୀୟ ଜଳ ଯୋଗାଣ ଓ ପର୍ଯ୍ୟଟନ ବିଭାଗକୁ କଡା ଚେତାବନୀ ଦେବା ସହ ଆସନ୍ତା ଏପ୍ରିଲ ମାସରେ କାର୍ଯ୍ୟରେ ଅଗ୍ରଗତି ନେଇ ପୁଣିଥରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି । କରୋନାରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ କହିଛନ୍ତି । ପାୟ ମାସେ ତଳେ ପ୍ରଥମ ସମୀକ୍ଷା କରାଯାଇଥିବା ବେଳେ ଏବେ ୨ୟ ଥର ପାଇଁ ନୟାଗଡ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା କରିଛନ୍ତି ଅରୁଣ ସାହୁ ।