Odia News Portal

ଅର୍ଥ କମିଶନଙ୍କ ସୁପାରିଶକୁ କେନ୍ଦ୍ରର ନା

ରାଜ୍ୟ ଉପରେ ବଢୁଛି ଅଯଥା ବୋଝ

ଭୁବନେଶ୍ୱର: ଲଗାତାର ୬ ଦିନ ଧରି ଗୃହରେ ଅଚଳ ଅବସ୍ଥା ପରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି | ତେବେ ବିଧାନସଭାର ପ୍ରଶ୍ନକାଳରେ ଆଜି ପ୍ରାକୄତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରୁନାହାନ୍ତି। ଯାହା ଫଳରେ ରାଜ୍ୟ ଉପରେ ଅଯଥା ବୋଝ ପଡୁଥିବା କଥା ଆଲୋଚନା ହୋଇଛି । ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି, ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରର ୯୦ ଓ ରାଜ୍ୟର ୧୦ ପ୍ରତିଶତ ଅଂଶ ରହିବା କଥା ।

କିନ୍ତୁ ୨୦୧୭ରେ ଜିଏସ୍‌ଟି ଲାଗୁ ପରେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରେ କେନ୍ଦ୍ରର ଅଂଶ ୭୫ ଓ ରାଜ୍ୟର ଅଂଶ୨୫ ପ୍ରତିଶତ ନିୟମ କରିଛନ୍ତି । ଏଥିଯୋଗୁ ରାଜ୍ୟ ୬୨୦କୋଟି ୫୦ ଲକ୍ଷ ଟଙ୍କା କମ୍‌ ପାଇଛି। ଏ ବାବଦରେ ଆଜି ବିଧାୟକ ଅମର ଶତପଥୀ, ପ୍ରଦୀପ ଅମାତ ପ୍ରମୁଖ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ | ଯାହାର ଉତ୍ତର ଗୃହରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ରଖଥିଲେ ।