Odia News Portal

ମିକ୍ସ ଭ୍ୟାକ୍ସିନ ଟ୍ରାଏଲକୁ ମଂଜୁରୀ

ନୂଆଦିଲ୍ଲୀ: ଭାରତରେ ଦୁଇ ଭିନ୍ନ ଭିନ୍ନ ଭ୍ୟାକ୍ସିନର ମକ୍ଟଳର ଟ୍ରାଏଲକୁ ଡିସିଜିଆଇ ଅନୁମତି ଦେଇଛି । ଏହି ଟ୍ରାଏଲ ସିଏମସି, ହେଲୋରରେ କରାଯିବ । ଯେଉଁଥିରେ ଭାରତର କରୋନାର ଟିକାକରଣରେ ବ୍ୟବହାର ହେଉଥିବା ଦୁଇ ଭ୍ୟାକ୍ସିନ କୋଭିସିଲ୍ଡ ଓ କୋଭାକ୍ସିନ ଦିଆଯିବ । ଏଥିରେ ସନ୍ଧାନ କରାଯିବ ଯେ, ଜଣେ ବ୍ୟକ୍ତିକୁ ଦୁଇ ଭିନ୍ନ ଭିନ୍ନ ଭୟାକ୍ସିନ ଡୋଜ ଦିଆଯାଇପାରିବ କି ନାହିଁ ।

ସୂଚନା ଅନୁସାରେ, ଏବେ ଏହି ଟ୍ରାଏଲରେ ୩୦୦ ଭଲିଣ୍ଟିଅର୍ସ ସାମିଲ ହେବେ, ଯାହାକୁ ଏହି ଦୁଇ ଭିନ୍ନ ଭିନ୍ନ ଭ୍ୟାକ୍ସିନ ଡୋଜ୍ ଦିଆଯିବ । ଏହାକୁ ନେଇ ଆଇସିଏମଆରର ଏକ ଗବେଷଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ଭାରତରେ କରୋନା ବିରୋଧରେ ଦିଆଯାଉଥିବା ଦୁଇ ଭ୍ୟାକ୍ସିନ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସ ଡୋଜ ଦିଆଯିବା ପରେ କେବଳ ପ୍ରତିରୋଧ ଶକ୍ତି ବଢୁଛି ବରଂ ଏହା କରୋନା ଭାଇରସର କେ ଭାରିଏଣ୍ଟ ଉପରେ ବି ପ୍ରଭାବଶାଳୀ ।