Odia News Portal

ଲୁଟିନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ

ଭୁବନେଶ୍ୱର: ରାତି ଅଧରେ ଦୋକାନ କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ମୋବାଇଲ । ଭୁବନେଶ୍ୱର ଉପକଣ୍ଠ ବାଳକାଟି ବଜାରରେ ଥିବା ମୋହନ ଆଚାର୍ଯ୍ୟଙ୍କ ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇ ଛାନଭିନ୍ ଆରମ୍ଭ କରିଛି । ତେବେ ଚୋରୀ କରୁଥିବାର ଭିଡ଼ିଓ ସାମନାରେ ଥିବା ସିସିଟିଭିରେ କଏଦ ହୋଇଛି । ଦୁଇଜଣ ଦୁର୍ବୁତ୍ତ ଲାଇଟ୍ ବନ୍ଦ କରିବା ପରେ ଦୋକାନର କବାଟ ଭାଙ୍ଗିଥିଲେ । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ମୋବାଇଲକୁ ଲୁଟିନେଇଛନ୍ତି । ତେବେ ସିସିଟିଭିରେ କଏଦ ହୋଇଥିବା ଭକ୍ଟକ୍ସରଆଲ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।