Odia News Portal

ଅକ୍ଷୟ କୁମାରଙ୍କୁ ଚିଠି ଲେଖିଲେ ମୋଦି

ନୂଆଦିଲ୍ଲୀ: ନିକଟରେ ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଷୟଙ୍କ ମା’ଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଏହି ସପ୍ତାହ ପୂର୍ବରୁ ଅକ୍ଷୟଙ୍କ ମା ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଥିଲା। ଏହି ପତ୍ରରେ ପ୍ରଧାନମନ୍ତ୍ରୀ ଲେଖିଥିଲେ ଯେ ତୁମ ମାତା ଅରୁଣା ଭାଟିଆଙ୍କ ଦେହାନ୍ତରେ ମୁଁ ଦୁଃଖିତ। ଯେତେବେଳେ ମୁଁ ତୁମ ସହିତ ସେହି ଦୁଃଖଦ ସକାଳେ କଥା ମୁଁ ଏକ ଅବିସ୍ମରଣୀୟ ଯନ୍ତ୍ରଣା ଅନୁଭବ କରୁଛି ବୋଲି ମୋଦୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

https://www.instagram.com/akshaykumar/?utm_source=ig_embed&ig_rid=2a5ac9b7-1c41-4d16-a4a3-5bd5d3fd8a6b