Odia News Portal

କଂଗ୍ରେସରେ ଚେହେରା ନାହାନ୍ତି: ମୋକିମ

କଂଗ୍ରେସ ନେତୃତ୍ୱ ନେଇ ତେରେଛା ବାଣ ମାରିଲେ ମହମ୍ମଦ ମୋକିମ । କଂଗ୍ରେସରେ ଲୋକଙ୍କ ଆସ୍ଥାଭାଜନ ହେଲା ଭଳି ନେତା ନାହାନ୍ତି କହିଲେ । ଜାନକୀ, ବସନ୍ତ, ହେମାନନ୍ଦଙ୍କ ପରେ କଂଗ୍ରେସରେ ଆଉ ଚେହେରା ନାହାନ୍ତି । ଏଭଳି ନେତୃତ୍ୱ ନଥିବା ଯୋଗୁଁ ଦଳ ସୁପ୍ତ ଅବସ୍ଥାକୁ ଚାଲିଗଲାଣି । କଂଗ୍ରେସର ବରିଷ୍ଠ ନେତାମାନେ ଜାଗ୍ରତ ହୁଅନ୍ତି ବୋଲି ଆଶା କରିବି । ସମୟ କମ, ସମୟ ଚାଲିଗଲେ କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟ ହେବ ବୋଲି କହିଛନ୍ତି ମହମ୍ମଦ ମୋକିମ