Odia News Portal

ବୋହୁ ମାଡରେ ଶାଶୁ ମୃତ

ବୋହୂର ମାଡରେ ଶାଶୁର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭ ଜିଲ୍ଲା ଚାନ୍ଦୁଆ ଥାନା ପୋଡାଡିହା ଗ୍ରମାରେ। ମୃତକ ଜଣକ ହେଲେ ଶେଫାଳି କର। ଘରେ କେହି ନଥିବା ବେଳେ କୌଣସି କାରଣରୁ ଶାଶୁ ଏବଂ ବୋହୂ ସଙ୍ଗୀତା କରଙ୍କ ମଧ୍ୟରେ ଝଗଡାରୁ ଏତେ ବଡ଼ ଘଟଣା ଘଟି ଯାଇଛି। ସୂଚନା ଅନୁସାରେ ଘରୋଇ କଳହରୁ ଶାଶୁକୁ ମାଡ ମାରି ଧକ୍କା ଦେଇଥିଲା ବୋହୁ। ଶାଶୁ ତଳେ ପଡି ଗୁରୁତର ହେବାରୁ ତାଙ୍କୁ ବାରିପଦା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଶାଶୁଙ୍କ ମୃତ୍ୟୁ ଘଟିଛି। ଏନେଇ ଶେଫାଳିଙ୍କ ପୁଅ ସୌମିତ୍ର ଚାନ୍ଦୁଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ପୁଅ ସୌମିତ୍ରଙ୍କ ଅଭିଯୋଗ ମୁତାବକ ଶାଶୁ ଓ ବୋହୂ ସଂଗୀତାଙ୍କ ମଧ୍ୟରେ ଝଗଡା ଲାଗି ରହିଥାଏ। ମାତ୍ର ଗତକାଲି ସଂଗୀତା ଶାଶୁଙ୍କୁ ମାଡ ମାରିବା ସହ ଧକ୍କା ଦେଇ ତଳେ ପକାଇଦେଇଥିଲା। ଏହି କାରଣରୁ ଶେଫାଳିଙ୍କ ମୃତ୍ୟୁ ହୋଇଛି। ପୋଲିସ ଉପଯୁକ୍ତ ତଦନ୍ତ କରି ଦୋଷୀ ବୋହୂ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ପୁଅ ସୌମିତ୍ର।