Odia News Portal

ଗଣତନ୍ତ୍ରକୁ ହତ୍ୟା କରାଯାଇଛି : ନରସିଂହ

ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।  ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଗୃହରେ କହିଛନ୍ତି ଯେ, ସିଏମଓ କଣ ପାଇଁ ଗାନ୍ଧୀମାର୍ଗରେ ଥିବା ଆନ୍ଦୋଳନରତଙ୍କ ସମସ୍ୟା ବୁଝିବାକୁ ଯାଉନି । ସରକାର ଏହାକୁ ଏତେ ଦ୍ୱନ୍ଦ୍ୱ କଣ ପାଇଁ ସୃଷ୍ଟି କରିଛନ୍ତି ? ଶାସକ ଦଳର ମନ୍ତ୍ରୀ ବିଧାୟକ ଓ ସାଂସଦ ଚୌକି ବୋହିବା ପାଇଁ, ଗାତ ଖୋଳିବା ପାଇଁ ଏବଂ ସଚିବଙ୍କ ସଭା ବାନ୍ଧିବା ପାଇଁ ଅଛନ୍ତି କି? ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।

ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୋଗ ଶୁଣାଣି ମାନେ ନୁହେଁ ଟଙ୍କା ବାଣ୍ଟିବା । ଅଭିଯୋଗ ଶୁଣାଣିର ଅର୍ଥ ନୁହେଁ ଶାସକ ଦଳକୁ ନିର୍ବାଚିତ କରିବା । ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନବିରୋଧୀ କହିବା ଠିକ୍ ନୁହେଁ, ଏହା ଅଗଣତାନ୍ତ୍ରିକ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ରକୁ ହତ୍ୟା କରାଯାଇଛି । କେନ୍ଦ୍ର ସରକାର ଚିଠି କରିଛନ୍ତି ତାଙ୍କ ଉପରେ ତଦନ୍ତ କରିବାକୁ କିନ୍ତୁ ତାହା ହେଇପାରୁନି ।