Odia News Portal

ଇଟାଲୀରେ ମୋଦି

ନୂଆଦିଲ୍ଲୀ: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସେ ସେଠାରେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ବୈଠକରେ ସେ ଜି-୨୦ର ନେତାଙ୍କ ସହ ମହାମାରୀ, ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦୀ ୩୦-୩୧ ଅକ୍ଟୋବରରୁ ରୋମରେ ରହିବେ ଏବଂ ସେଠାରେ ଆୟୋଜିତ ହେବାକୁ ଥିବା ୧୬ତମ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ | ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ଯାଇଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ହେବ ଏବଂ ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି। ଆତଙ୍କବାଦକୁ ରୋକିବା ଏବଂ ପାରସ୍ପରିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ସମ୍ଭବ।

ଇଟାଲୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ମୁଁ ରୋମରେ ଆୟୋଜିତ ୧୬ତମ ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ଯାଉଛି। ମହାମାରୀ ଏବଂ ନିରନ୍ତର ବିକାଶ ବ୍ୟତୀତ ଜି -୨୦ ନେତାଙ୍କ ସହ ଜଳବାୟୁ ପରିବର୍ତ୍ତନର ଲାଭ ଏବଂ କ୍ଷତି ବିଷୟରେ ମଧ୍ୟ ଆଲୋଚନା କରାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଗସ୍ତରେ ମୁଁ ରୋମ ଏବଂ ଭାଟିକାନ ସିଟି ମଧ୍ୟ ପରିଦର୍ଶନ କରିବି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନିମନ୍ତ୍ରଣ କ୍ରମେ ସେ ନଭେମ୍ବର ୧ ରୁ ୨ ପର୍ଯ୍ୟନ୍ତ ଗ୍ଲାସଗୋରେ ରହିବେ।