Odia News Portal

ଆଜି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ନବୀନ

ପୁରୀ: ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ରହିଲା । ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟୟରେ ପହଂଚିଛି । କୋରୋନା ମହାମାରୀ ଯୋଗୁଁ ଏଥର ମଧ୍ୟ ରଥ ଯାତ୍ରା ବିନା ଭକ୍ତରେ ଆୟୋଜନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରଥଯାତ୍ରା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ । ସୁରକ୍ଷା ବ୍ୟବସ୍ଥାର ବି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେବେ । ରଥଯାତ୍ରା ସୁରୁଖୁରୁରେ ପରିଚାଳନା କରିବା ପାଇଁ ଗତକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ।