Odia News Portal

ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶୃଙ୍ଖଳିତ ରଥଯାତ୍ରା ଲାଗି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଟକଣାକୁ ମାନି ଥିବାରୁ ଧନ୍ୟମାଦ ଅର୍ପଣ କରିଛନ୍ତି । ପୋଲିସ ଏବଂ ସେବାୟତମାନଙ୍କ ସହଯୋଗ ଲାଗି ରଥ ଟଣା ହୋଇଛି । ସେପଟେ ଡିଜିପି ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୁରୀ ପ୍ରଶାସନ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କ ନିଷ୍ଠପର କାର୍ଯ୍ୟକୁ ପ୍ରଂଶସା । ପୁରୀବାସୀ ଯେଉଁଭଳି ଆନ୍ତରିକତା ଦେଖାଇଛନ୍ତି ତାହା ସବୁଦିନ ଲାଗି ପ୍ରେରଣାଦାୟୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।