Odia News Portal

ଆସନ୍ତାକାଲି କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କନ୍ଧମାଳ : ଆସନ୍ତାକାଲି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାବାସୀଙ୍କୁ ବିଏସକେୱାଇ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ସକାଳ ୧୧ଟାରେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଏକଲକ୍ଷ ୬୫ହଜାର ୯୭ ଜଣଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମେ ୨୫୦ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୦ଜଣଙ୍କୁ ସ୍ମାର୍ଟ କାର୍ଡ ବଣ୍ଚନ କରିବେ ମୁଖ୍ୟମନ୍ତ୍ରୀ। ଏହାସହ ମୁକ୍ତା ଯୋଜନାରେ ସହରାଞ୍ଚଳ ପାଇଁ ଘୋଷଣା କରିଥିବା ୯କୋଟି ୬୦ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୩ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ପୋଲିସ ଓ ଶହେ ଜଣ ପୋଲିସ ଅଫିସରଙ୍କୁ ମୁତୟନ କରାଯାଇଛି। କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଶେଷ କରିବାକୁ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପ୍ରତ୍ୟକ୍ଷ ଭାବେ ସଭାସ୍ଥଳରେ ରହି କାର୍ଯ୍ୟର ତଦାରଖ କରୁଛନ୍ତି।