Odia News Portal

ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଚ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ । ଯାହାକୁ ନେଇ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ସବୁ ଦିଗରୁ ଛୁଟିଛି ପ୍ରଂଶସାର ସୁଅ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେପ୍ଣଙ୍କ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଦିର୍ଘ ଚାରି ଦଶନ୍ଧି ପରେ ପଦକ ଆଣିଛି ଭାରତ । ୧୯୮୦ ମସିହା ମସ୍କୋ ଅଲମ୍ପିକସ୍ ପରେ କୌଣସି ପଦକ ଜିତିନଥିବା ଭାରତୀୟ  ହକି ଦଳ ଆଜି ପ୍ରତିଟି ଭାରତୀୟଙ୍କ ହୃଦୟ ଜିତିଛି ।