Odia News Portal

ନେଲ୍ ପଲିସ୍ ଲଗାଇଲେ କଟିବ ମହିଳାଙ୍କ ଆଙ୍ଗୁଠି

ଆଫଗାନିସ୍ତାନରୁ ପ୍ରତିଦିନ ତାଲିବାନର ଅତ୍ୟାଚାର ଖବର ସାମ୍ନାକୁ ଆସୁଛି । ନିଜକୁ ପରିବର୍ତ୍ତନ କହୁଥିବା ତାଲିବାନ ପୁରୁଣା ମାନସିକତାରେ ପୀଡିତ ଥିବା ବେଳେ ସେମାନେ ଆଫଗାନ ଲୋକଙ୍କୁ ହଇରାଣ କରୁଛନ୍ତି । ତାଲିବାନ ଜିନ୍ସ ପିନ୍ଧିବାକୁ ବ୍ୟାନ କରିବା ସହ ଯୁବତୀଙ୍କୁ ନେଲ ପଲିସ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛି । ଯେଉଁମାନେ ଏହାକୁ ନମାନିବେ ସେମାନଙ୍କୁ ଦଣ୍ଡ ବୋଗିବାକୁ ପଡିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ନିକଟରେ ଜିନ୍ସ ପିନ୍ଧିବା କାରଣରୁ କିଛି ଯୁବପିଢିଙ୍କୁ ଅତି ନିର୍ମମ ଭାବେ ମାଡ ମରାଯାଇଥିଲା ।

ରିପୋର୍ଟ ଅନୁସାରେ, ଜଣେ ଆଫଗାନିସ୍ତାନ ପିଲା ତାଲିବାନର ନିଷ୍ଠୁରତାକୁ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଜିନ୍ସ ପିନ୍ଧିବାରୁ ସାଙ୍ଗମାନଙ୍କ ସମେତ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥିଲା । ବାଳକ ଜଣକ କାବୁଲରେ ନିଜ ସାଙ୍ଗମାନଙ୍କ ସହ କୌଣସି ସ୍ଥାନକୁ ଯାଉଥିଲେ । ସେହି ସମୟରେ ତାଲିବାନୀ ଯୁବକ ସେମାନଙ୍କୁ ଅଟକାଇଥିଲେ । ଜିନ୍ସକୁ ଅସଲାମରେ ଅସମ୍ମାନ ବୋଲି କହି ସେମାନଙ୍କୁ ମାଡ ମାରିଥିବା ଆଗକୁ ଯେପରି ଏମିତି ଭୁଲ ନହୁଏ ଧମକ ଦେଇଥିଲେ । 

ସେହିପରି ଜଣେ ସାମ୍ବାଦିକ ପାରମ୍ପରିକ ଆଫଗାନି ପୋଷାକ ନପିନ୍ଧିଥିବାରୁ ତାଙ୍କୁ ମାଡ ମରାଯାଇଥିଲା । ଏହାସହ ମହିଳା ଓ ଯୁବତୀଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି ତାଲିବାନ । ନେଲ୍ ପଲିସ୍ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି ଏପରି କେହି କରନ୍ତି ତେବେ ସେମାନଙ୍କ ଆଙ୍ଗୁଠି କାଟିଦିଆଯିବ । ଖାଲି ସେତିକି ନୁହେଁ ମହିଳାଙ୍କୁ ହିଲ୍ ଥିବା ଚପଲ ପିନ୍ଧିବାକୁ ମନା କରାଯାଇଛି ।