Odia News Portal

ଖୋଲିବ କି ଗୁମର? ଡିଏଫଓ ରାତିରେ ସୌମ୍ୟଙ୍କ ଘରକୁ ଯାଉଥିବା ନେଇ କହିଲେ ଜଗୁଆଳି

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଦୀର୍ଘଦିନ ବିତିଯାଇଥିଲେ ଏଯାବତ କୌଣସି ସତ୍ୟ ପଦାକୁ ଆସିନାହିଁ । ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ତେବେ ଆଜି ଜଗୁଆଳି ଗଙ୍ଗା ପ୍ରଧାନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୌମ୍ୟରଞ୍ଜନଙ୍କ ବାସଭବନକୁ ରାତି ୧୨ଟା ୩୦ରେ ଯାଇଥିବା କହିଛନ୍ତି ଜଗୁଆଳି ଗଙ୍ଗା ପ୍ରଧାନ । ଗଙ୍ଗା ଏହାକୁ ଦେଖିଦେଇଥିବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା । ଡିଏଫଓ ତାଙ୍କୁ ଚାକରିରିରୁ ବାହାର କରିଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।

ତେବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ମଧ୍ୟରେ ଥିବା ନେଇ ବାରମ୍ବାର ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି । ତେବେ ଏହାକୁ ବିଦ୍ୟା ଓ ଡିଏଫଓ ସଂଗ୍ରାମ କେଶରୀ ବେହେରା ବାରମ୍ବାର ଖଣ୍ଡନ କରି ଆସୁଛନ୍ତି । ତେବେ ସେ ରାତି ଅଧରେ କାହିଁକି ଯାଉଥିଲେ ତାକୁ ଉଠିଛି ପ୍ରଶ୍ନବାଚୀ ।

ସୂଚନା ଅନୁଯାୟୀ ଗଙ୍ଗା ୮ବର୍ଷ ହେବ ବନବିଭାଗରେ କାମ କରୁଥିଲେ । ପୂର୍ବତନ ଗଜପତି ଡିଏଫଓ ବିବେକ ତ୍ୟାଗି ରାତ୍ର ଜଗୁଆଳି ଭାବେ ଗଙ୍ଗାଙ୍କୁ ଡ୍ୟୁଟି ଦେଇଥିଲେ । ନିଜ ବାସଭବନ ଛାତ ଉପରେ ରହି ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଙ୍କ ଉପରେ ନଜର ରଖୁଥିଲେ ବୋଲି କହିଛନ୍ତି ଗଙ୍ଗା ପ୍ରଧାନ । ତେବେ ଏ ସମ୍ପର୍କରେ ଡିଏଫଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।